ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଙ୍କୁ ଅଟକ୍ ଜେଲରୁ ରାୱଲପିଣ୍ଡିର ଆଡିଆଲା ଜେଲକୁ ସ୍ଥାନାନ୍ତର କରିବାକୁ ଇସଲାମାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇସଲାମାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଅମିର ଫାରୁକ୍ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଜେଲରେ ସବୁ ସୁବିଧା ପାଇବାକୁ ଯୋଗ୍ୟ। ତାଙ୍କ ଅଧିକାର ଉଲ୍ଲଂଘନ ହେବା ଉଚିତ ନୁହେଁ।
ସୂଚନାଅନୁଯାୟୀ, ସୋମବାର ଇମ୍ରାନଙ୍କ ଓକିଲ ଶେର ଅଫଜଲ ମାର୍ୱାତ ଅଦାଲତରେ ଏକ ଆବେଦନ ଦାଖଲ କରି ଇମ୍ରାନଙ୍କୁ ଅଟକ୍ ଜେଲରୁ ଆଡିଆଲା ଜେଲକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ। କୋର୍ଟ ଏହି ଆବେଦନକୁ ଗ୍ରହଣ କରିଛନ୍ତି । ଦୁର୍ନୀତି ଅଭିଯୋଗରେ ଇମ୍ରାନ ଗିରଫ ହୋଇ ଜେଲରେ ଅଛନ୍ତି । କିନ୍ତୁ ତାଙ୍କୁ ଆବଶ୍ୟକ ସୁବିଧା ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଆସୁଥିଲା ।