ବଗିକୁ ଛାଡି ୨ କିଲୋମିଟର ଚାଲିଗଲା ଟ୍ରେନ ଇଞ୍ଜିନ, ତଦନ୍ତ ଆରମ୍ଭ
ବଗିକୁ ଛାଡି ୨ କିଲୋମିଟର ଚାଲିଗଲା ଟ୍ରେନ ଇଞ୍ଜିନ ।
(ବିଶାଖାପଟନମ) : ବଗିକୁ ଛାଡି ୨ କିଲୋମିଟର ଚାଲିଗଲା ଟ୍ରେନ ଇଞ୍ଜିନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିଶାଖାପଟନ-ନିଜାମୁଦ୍ଦିନ ସମତା ଏକ୍ସପ୍ରେସରେ ।
ବିଶାଖାପଟନମରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ସମତା ଏକ୍ସପ୍ରେସର ଇଞ୍ଜିନ ଯାତ୍ରୀ ବାହୀ ବଗିଗୁଡ଼ିକୁ ଛାଡି ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଗଡ଼ିଛି। ତେବେ ଘଟଣାର କିଛି ସମୟରେ ଲୋକ ପାଇଲଟ ବା ଟ୍ରେନ ଡ୍ରାଇଭର ଏକଥା ଜାଣି ପାରିଥିଲେ।
ଏହାପରେ ସେ ପୁଣିଥରେ ଇଞ୍ଜିନିକୁ ବଗିଗୁଡ଼ିକ ପାଖକୁ ଆଣିଥିଲେ। ବଗି ଗୁଡ଼ିକ ଇଞ୍ଜିନରେ ସଂଯୋଗ ହେବା ପରେ ଏହା ନିଜର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଭାରତୀୟ ରେଳ ବାଇ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି। ଏଥିସହ ଘଟଣାର ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଥିବା ଜଣାପଡ଼ିଛି।