Bhubaneswar AG Chowk: ଭୁବନେଶ୍ଵର ଏଜି ଛକରୁ ଛକରୁ ହଟିବ ଟ୍ରାଫିକ ପୋଷ୍ଟ। ତିଆରି ହେବ ୨ ଥାକିଆ ରାସ୍ତା। କଳ୍ପନା, ଖଣ୍ଡଗିରି ଓ ଜୟଦେବ ବିହାରରୁ ନାଲକୋ ଏଲିଭେଟେଡ କରିଡ଼ର ପାଇଁ ଯୋଜନା କରିଛି ପୂର୍ତ ବିଭାଗ। ପ୍ରାରମ୍ଭିକ ଡିପିଆର ପ୍ରସ୍ତୁତ ହୋଇଥିବା ବେଳେ ସମୀକ୍ଷା କରିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ମାଟି ତଳେ ଓ ଉପରେ ୨ ଥାକିଆ ରାସ୍ତା ନିର୍ମାଣ ହେବ। କଳ୍ପନା, ଖଣ୍ଡଗିରି ଓ ଜୟଦେବ ବିହାରରୁ ନାଲ୍କୋ ପର୍ଯ୍ୟନ୍ତ ଏଲିଭେଟେଡ୍ କରିଡର୍ ନିର୍ମାଣ କରାଯିବ। ପ୍ରାରମ୍ଭିକ ଡିପିଆର ପ୍ରସ୍ତୁତ ହୋଇଥିବା କହିଛନ୍ତି ମନ୍ତ୍ରୀ। ଟ୍ରାଫିକ ସମସ୍ୟା ଦୂର ପାଇଁ ୨୦ଟି ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା ରହିଛି । ଏଣିକି ଓବିସିସିର ସମସ୍ତ କାର୍ଯ୍ୟ ପେପର ଲେସ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।