ଖଣ୍ଡପଡ଼ା: କଣ୍ଟିଲୋ ଫାଣ୍ଡିର ପୂର୍ବତନ ସବ୍ ଇନ୍ସପେକ୍ଟରଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ । ପୋଲିସ୍ ଏସଆଇଙ୍କ ସହ କନଷ୍ଟେବଳଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ । ଏସ୍ଆଇ ରମେଶ ଜେନା ଓ କନଷ୍ଟେବଳ ସୁଧୀର ତାଲିଙ୍କୁ ଗିରଫ ନିର୍ଦ୍ଦେଶ । ଗିରଫ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିସନ ।
ସୂଚନା ଅନୁସାରେ, ଗତ ୨୦୨୪ ମାର୍ଚ୍ଚ ୧୯ରେ ଫାଣ୍ଡିରେ ନିର୍ଯାତନା ନେଇ OHRCର ଦ୍ୱାରସ୍ତ ହୋଇଥିଲେ ଅନୁସୂଚିତ ଦମ୍ପତ୍ତି । OHRCରେ କେସ୍ ଫାଇଲ୍ ପରେ ନୟାଗଡ଼ ଏସ୍ପିଙ୍କୁ ରିପୋର୍ଟ ମଗାଯାଇଥିଲା । OHRCର ନୋଟିସ୍ ପରେ ଏସପି କିମ୍ୱା ଅଧିକାରୀ ହାଜର ହୋଇନଥିଲେ । ନୋଟିସ୍ ସତ୍ୱେ ହାଜର ନହେବାରୁ ଗିରଫ ପାଇଁ ନିର୍ଦେଶ ଦିଆଯାଇଛି ।