ଦରବୃଦ୍ଧି ପାଇଁ ପିଜା ବର୍ଗରରୁ ଗାଏବ ହେଲା ଟମାଟୋ

ନୂଆଦିଲ୍ଲୀ:ରୋଷେଇ କରିବା ବେଳେ ଟମାଟେର ବ୍ୟବହାର କରାଯାଏ ଫଳରେ ତରକାରୀ ସୁସ୍ୱାଦୁ ହୋଇଥାଏ । ଏବେ ଟମାଟୋ ଦର ସମଗ୍ର ଦେଶରେ ଆକାଶଛୁଆଁ ହୋଇଛି । ସେଥିପାଇଁ ରୋଷେଇ ଘରୁ ଅଦୃଷ୍ୟ ହେଇଯାଉଛି ଟମାଟୋ । କେବଳ ରୋଷେଇ ଘରୁ ନୁହେଁ ହୋଟେଲ ଏବଂ ରେସ୍ତେରାଁଗୁଡିକରେ ଏବେ ପିଜା ବର୍ଗର ଓ ରାପ୍ସରୁ ଟମାଟୋ ଗାଏବ ହୋଇଗଲାଣି। ଏହାବ୍ୟତୀତ ଫାଷ୍ଟଫୁଡ୍ ରେସ୍ତୋରାଁ ଶୃଙ୍ଖଳ ଏବଂ ଅନ୍ଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀଗୁଡିକ ଧୀରେ ଧୀରେ ଗ୍ରାହକଙ୍କୁ ସେମାନଙ୍କର ମେନୁରେ ଟମାଟୋ ଦେବାକୁ ଅମଙ୍ଗ ହେଲେଣି। ଏପରିକି ଦର ବୃଦ୍ଧି ପରେ ବର୍ତ୍ତମାନ ବିଶ୍ବର ଅଗ୍ରଣୀ ଫାଷ୍ଟଫୁଡ୍ ରେସ୍ତୋରାଁ ଶୃଙ୍ଖଳ ମ୍ୟାକଡୋନାଲ୍ଡସ ମଧ୍ୟ ଟମାଟୋ କିଣିବା ପାଇଁ ସଂଘର୍ଷ କରୁଥିବା ଜଣାଯାଇଛି। କମ୍ପାନୀ ଇତିମଧ୍ୟରେ ଏହାର ମେନୁରୁ ଟମାଟୋ ହଠାଇଦେଇଛି। ହେଲେ ଏବେ ଟମାଟୋ ସସ୍ରେ କାମ ଚଳୁଛି। ଛୋଟ ଛୋଟ ହୋଟେଲ ଏବଂ ରେସ୍ତୋରାଁଗୁଡିକ ବିଭିନ୍ନ ଆଇଟମ୍ରେ ଟମାଟୋ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି।

ବର୍ତ୍ତମାନ ଖାଉଟି ବଜାରରେ ଦୌନିକ ଟମାଟୋ ଦର ବୁଦ୍ଧି ହେବାରେ ଲାଗିଛି । ଉତ୍ତରାଖଣ୍ଡର କିଛି ସ୍ଥାନରେ ଲବେ ଟମାଟେ ଦର ୨୫୦ ଟଙ୍କା ଛୁଇଁଛି । ରାଜ୍ୟର ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀରେ ଟମାଟୋ କିଲୋ ପିଛା ୨୫୦ ଟଙ୍କା ଉପରେ ବିକ୍ରି ହେଉଛି। ତଥାପି ଅଧିକାଂଶ ରାଜ୍ୟରେ ଏବେ ବି ଟମାଟୋ କିଲୋ ପିଛା ୧୬୦ ଟଙ୍କାରେ ବିକ୍ରି ହେଉଛି। ଓଡ଼ିଶାରେ ଏବେ ଟମାଟେ ଦର ୧୪୦ଟଙ୍କା ରହିଛି । ବଜାର ସହ ଜଡିତ ବିଶେଷଜ୍ଞମାନଙ୍କର କହିବା ହେଉଛି ଏଭଳି ଉଚ୍ଚ ଦର ଆହୁରି ମାସେ ଯାଏ ବଜାୟ ରହିବ।