ସାମ୍ନାକୁ ଆସିଲା ନୂଆ ରୋଗ ‘ଟାମଟର ଫ୍ଲୁ’ ,୮୦ ପିଲା ସଂକ୍ରମିତ

ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ଥମିବାର ନାଁ ଧରୁନଥିବା ବେଳେ କେରଳରେ ଦେଖିବାକୁ ମିଳିଛି ଆଉ ଏକ ରୋଗ ‘ଟାମଟର ଫ୍ଲୁ’ ।

(କେରଳ) : ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ଥମିବାର ନାଁ ଧରୁନଥିବା ବେଳେ କେରଳରେ ଦେଖିବାକୁ ମିଳିଛି ଆଉ ଏକ ରୋଗ ‘ଟାମଟର ଫ୍ଲୁ’ । ବର୍ତ୍ତମାନ ଯାଏ ୮୦ ଅଧିକ ଛୋଟ ପିଲା ଏହି ରୋଗର ଶିକାର ହୋଇଛନ୍ତି। ଫଳରେ ଏହାକୁ ନେଇ ଚିନ୍ତାରେ ଅଭିଭାବକ ।

ଏହାରି ଭିତରେ ସ୍ୱାସ୍ଥ୍ୟ ଅଧିକାରୀ ଚେତାବନୀ ଦେଇଛନ୍ତି ଯେ ଏହାକୁ ଯଦି ରୋକାଯାଇନପାରେ ତେବେ ଏହା ଦ୍ରୁତ ଗତିରେ ବ୍ୟାପିବାର ଆଶଙ୍କା ରହିଛି। ‘ଟାମଟର ଫ୍ଲୁ’କୁ ନେଇ ଡାକ୍ତରମାନେ ମଧ୍ୟ ଦ୍ୱନ୍ଦ୍ୱ ପଡ଼ିଛନ୍ତି।

ଅନ୍ୟରାଜ୍ୟରୁ ଆସୁଥିବା ଲୋକମାନଙ୍କର ଯାଞ୍ଚ କରାଯାଉଛି। ତାମିଲନାଡ଼ୁ-କେରଳ ସୀମାରେ ଏହାର ପରୀକ୍ଷା କରାଯାଉଛି। ପୂରା ରାଜ୍ୟରେ ଏହି ରୋଗର ପରୀକ୍ଷା କରିବା ପାଇଁ ୨୪ ଟି ଟିମ୍‌ ଗଠନ କରାଯାଇଛି।