ଆଜି ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ
ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ଏବଂ ଉତ୍ତରାଖଣ୍ଡ ଓ ଗୋଆରେ ମତଦାନ ପ୍ରକ୍ରିୟା ଆରମ୍ଭ ।
(ଉତ୍ତରପ୍ରଦେଶ) : ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ଏବଂ ଉତ୍ତରାଖଣ୍ଡ ଓ ଗୋଆରେ ମତଦାନ ପ୍ରକ୍ରିୟା ଆରମ୍ଭ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।
ସୂଚନାନୁଯାୟୀ , ୟୁପିର ଦ୍ୱିତୀୟ ପର୍ଯ୍ୟାୟରେ ୯ଟି ଜିଲ୍ଲାରେ ୫୫ଟି ଆସନରେ ମତଦାନ କରାଯିବ । ସେହିଭଳି ଉତ୍ତରାଖଣ୍ଡର ସମସ୍ତ ୭୦ ଆସନରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ୬୩୨ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଗୋଆର ୪୦ ଆସନ ପାଇଁ ୩୦୧ ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ରାଜ୍ୟର ମୋଟ ୧୧ ଲକ୍ଷ ୬୦ ହଜାର ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।