ଆଜି ବିଶ୍ୱ ଛେନାପୋଡ଼ ଦିବସ । ଏପ୍ରିଲ ୧୧ ତାରିଖରେ ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନ । ଓଡିଶାର ଏକ ସ୍ବତନ୍ତ୍ର ଓ ସୁଆଦିଆ ମିଠା ହେଉଛି ଛେନାପୋଡ । ଘରେ ଘରେ ପରିଚିତ ଏହି ମିଠାକୁ ସବୁ ବର୍ଗର ଲୋକ ପସନ୍ଦ କରିଥାନ୍ତି । ଛେନାପୋଡ ଏକ ଏପରି ମିଠା ଯାହାକୁ ଯେତେ ପୋଡିଲେ ତାର ସ୍ବାଦ ସେତେ ବଢିଥାଏ । ନୟାଗଡର ଛେନାପୋଡ଼ ବିଶ୍ୱରେ ତାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ଛେନାପୋଡ଼ର ସ୍ରଷ୍ଟା ହେଉଛନ୍ତି ଦଶପଲ୍ଲାର ବିଦ୍ୟାଧର ସାହୁ ଓ ତାଙ୍କ ସୁପୁତ୍ର ସୁଦର୍ଶନ ସାହୁ । ତାଙ୍କର ଉଦ୍ୟମ ପାଇଁ ନୟାଗଡ଼ର ଛେନା ପୋଡ଼ ଆଜି ବିଶ୍ଵରେ ପରିଚିତ ହୋଇ ପାରିଛି । ବିଶ୍ବ ଦରବାରରେ ଏହି ମିଠା ସ୍ବତନ୍ତ୍ର ପରିଚୟ ହାସଲ କରିଛି । ଓଡିଆଙ୍କ ପ୍ରିୟ ମିଠାର ସ୍ବାଭିମାନକୁ ବଞ୍ଚାଇବାକୁ ପ୍ରତିବର୍ଷ ଏପ୍ରିଲ ୧୧ ତାରିଖକୁ ଛେନାପୋଡ ଦିବସ ଭାବେ ପାଳନ କରାଯାଉଛି ।
ମହାପ୍ରଭୁ ଜଗନ୍ନାଥଙ୍କ ଷାଠିଏ ପଉଟି ଭୋଗ ରୁ ଛେନାପୋଡ ଅନ୍ୟତମ । ବାହୁଡା ଦିନ ଛେନାପୋଡ ମହାପ୍ରଭୁଙ୍କୁ ଅର୍ପଣ କରାଯାଏ । ଏହା ହେଉଛି ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନ । ନୟାଗଡ଼ ମାଟିରୁ ଜନ୍ମ ନେଇଥିବା ଛେନାପୋଡ଼ ଆଜି ବିଶ୍ୱ ଦରବାରରେ ନିଜର ପରିଚୟ ସୃଷ୍ଟି କରିଛି। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଛେନାପୋଡ଼ ପଛରେ ନୟାଗଡ଼ର ଏକ ସ୍ୱତନ୍ତ୍ର ଅବଦାନ ରହିଛି। ସୁଦର୍ଶନ ସାହୁଙ୍କ ମୃତ୍ୟୁ ପରେ ତାଙ୍କର ଜନ୍ମ ଦିନ ଏପ୍ରିଲ ୧୧ ତାରିଖକୁ ଛେନା ପୋଡ଼ ଦିବସ ଭାବେ ପ୍ରଥମେ ପାଳନ ଆରମ୍ଭ କରିଥିଲା ନୟାଗଡ଼ର ସ୍ଵେଚ୍ଛାନୟାସେବୀ ଅନୁଷ୍ଠାନ ହେଲିପିଙ୍ଗ ହାଣ୍ଡସ୍ ଫାଉଣ୍ଡେସନ ।