ପୁସ୍ତକ ହେଉଛି ଆମର ପ୍ରକୃତ ବନ୍ଦୁ । ପୁସ୍ତକ ହେଉଛି ଜ୍ଞାନର ଭଣ୍ଡାର । ଜ୍ଞାନର ପରିସୀମାକୁ ବୃଦ୍ଧି କରିବାର ଏକ ବଳିଷ୍ଠ ମାଧ୍ୟମ। ଏହା ଆମକୁ ଦାୟିତ୍ବବାନ୍ କରିବା ସହ ଏଥିଯୋଗୁଁ ଆମର ଜ୍ଞାନ, ତର୍କଶକ୍ତି ଓ ବୌଦ୍ଧିକ କ୍ଷମତାର ବିକାଶ ହୋଇଥାଏ। ବହିପଡିବାର କୌଣସି ସମୟ ନଥାଏ ତେଣୁ ଆମେ ସବୁ ବେଳେ କିଛି ନା କିଛି ପଡିଥାଉଛୁ ।ସ୍କୁଲ ଜୀବନରୁ ଆରମ୍ଭ ହୋଇଥିବା ପାଠପଢା ଜୀବନର ଶେଷ ସମୟ ପର୍ୟ୍ୟନ୍ତ କାମରେ ଆସିଥାଏ।ଅଜ୍ଞାନ ରୂପୀ ଅନ୍ଧକାରକୁ ନାଶ କରି ଜ୍ଞାନର ଆଲୋକରେ ଆମ ଜୀବନକୁ ପରିସ୍ଫୁଟିତ କରିଥାଏ ।ଜୀବନର ଆରମ୍ଭରୁ ଶେଷ ଯାଏ ଆମେ ବହି ସହ କେତେ ମୁହୂର୍ତ୍ତ ଯେ ବିତେଇ ଦିଅନ୍ତି, ତାହା ଆମ କଳ୍ପନାର ଊର୍ଦ୍ଧ୍ବରେ। ୟୁନେସ୍କୋର ଅନୁମୋଦନ କ୍ରମେ ୧୯୯୬ରୁ ପ୍ରତିବର୍ଷ ଏପ୍ରିଲ୍ ୨୩ ତାରିଖରେ ଏହି ଦିବସ ପାଳନ କରାଯାଉଛି। ଏହାବାଦ୍ ୨୩ ଏପ୍ରିଲ୍ ୱିଲିୟମ୍ ସେକ୍ସପିଅର୍ ପରି ଜଣେ ଲେଖକଙ୍କ ଜନ୍ମ ଓ ମୃତ୍ୟୁ ଦିବସ ଯାହାଙ୍କର ପ୍ରତ୍ୟେକ ବହି ବିଶ୍ବର ବିଭିନ୍ନ ଭାଷାରେ ଅନୁବାଦ ହୋଇଛି।ସେକ୍ସପିଅର୍ ତାଙ୍କ ଜୀବନକାଳରେ ୩୫ଟି ନାଟକ ଓ ୨୦୦ରୁ ଊର୍ଦ୍ଧ୍ବ କବିତା ଲେଖିଥିଲେ। ସାହିତ୍ୟ ଜଗତରେ ସେକ୍ସପିଅର୍ଙ୍କ ସମକକ୍ଷ ଲେଖକ ମିଳିବା