ଆଜି ଆୟକର ଦାଖଲର ଶେଷ ଦିନ

0

ଆପଣ ଆୟକର ଦାଖଲ କରି ନାହାନ୍ତି କି? ବସିବା ଜାଗାରୁ ଉଠନ୍ତୁ ଓ ନିଜ ଆୟକର ଦାଖଲ କରନ୍ତୁ । କାରଣ ଆଜି ହେଉଛି ଆୟକର ଦାଖଲର ଶେଷ ତାରିଖ । ଆଜି ନ ଦେଲେ ଦେବାକୁ ପଡିବ ଫାଇନ । ଆୟକର ବିଭାଗ କହିଛି, ଜୁଲାଇ ୩୧ ପରେ ଆଇଟିଆର ଦାଖଲ କଲେ ଦେବାକୁ ହେବ ୫ ହଜାର ଟଙ୍କା ଜରିମାନା । ତେବେ ଏହି ଜରିମାନା ୫ ଲକ୍ଷ ଉପରକୁ ରୋଜଗାର କରୁଥିବା ଲୋକଙ୍କ ପାଇଁ । ୫ ଲକ୍ଷ ବା ତାଠାରୁ କମ ଆୟକାରୀଙ୍କ ପାଇଁ ଜରିମାନା ୧ ହଜାର ଟଙ୍କା ଦେବାକୁ ହେବ । ନିଲ ରିଟର୍ଣ୍ଣଧାରୀଙ୍କୁ ମଧ୍ୟ ଏହି ଜରିମାନା ଦେବାକୁ ହେବ ।
ତେବେ ଜୁଲାଇ ୩୧ ଭିତରେ ଇନକମ ଟ୍ୟାକ୍ସ ଦାଖଳ ନ କଲେ ଟ୍ୟାକ୍ସ ଦାତାଙ୍କୁ ନିଜର ଚାଲାଣ ସମ୍ପର୍କରେ ସୂଚନା ଦେବାକୁ ହେବ । ସର୍ବନିମ୍ନ ଛାଡ ସୀମାଠାରୁ ଯଦି କର ଯୋଗ୍ୟ ଆୟ ରହିଥାଏ ତେବେ ସେହି କ୍ଷେତ୍ରରେ ଜରିମାନା ଲାଗୁ କରାଯିବ । ସମସ୍ତ କରଦାତାଙ୍କ ପାଇଁ ୭ ଲକ୍ଷ ଟଙ୍କା ଆୟ ଉପରେ କର ଛାଡ ବ୍ୟବସ୍ଥା ରହିଥିବା ବେଳେ ଓଲଡ ରିଜାଇମ ଅନୁସାରେ ବୟସ ଆଧାରରେ ଛାଡ ସୀମା ନିର୍ଦ୍ଧାରଣ ରହିଛି ।
ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି କି, ଜୁଲାଇ ୨୬ ସୁଦ୍ଧା ୫ କୋଟି ଆଇଟିଆର ଫାଇଲ ସରିଛି, ଯାହା ଗତ ବର୍ଷଠାରୁ ବେଶ ଉତ୍ସାହଜନକ ରହିଛି ।