ନିର୍ବାଚନରେ ସ୍ୱଛତା ଓ ନିରପେକ୍ଷତା ପାଇଁ ଆଜି ସୁପ୍ରିମ କୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ : ନିର୍ବାଚନରେ ସ୍ୱଛତା ଓ ନିରପେକ୍ଷତା ପାଇଁ ଆଜି ସୁପ୍ରିମ କୋର୍ଟ ଏକ ବଡ ଓ ଐତିହାସିକ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଦେଶର ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତି ପାଇଁ ଏକ ସ୍ୱତନ୍ତ୍ର ପ୍ୟାନେଲ ଗଠନ କରାଯିବ । ଏଥିରେ ପ୍ରଧାନମନ୍ତ୍ରୀ, ଲୋକ ସଭାର ବିରୋଧୀ ଦଳ ନେତା ଓ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ରହିବେ । ଏହି କମିଟି ପରାମର୍ଶ କ୍ରମେ କମିସନର ଓ ଅନ୍ୟ ସମସ୍ତ ସଦସ୍ୟ ନିଯୁକ୍ତ ହେବେ । ଜଷ୍ଟିସ୍ କେଏମ ଯୋଶେଫଙ୍କ ଦ୍ୱାରା ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଥିଲେ । ଏହି ସାମ୍ବିଧାନିକ ବେଂଚ କହିଛନ୍ତି, ନିର୍ବାଚନ ସବୁବେଳେ ଅବାଧ ଓ ନିରପେକ୍ଷ ରହିବା ଉଚିତ୍ । ଏହାର ଶୁଦ୍ଧାତା ରଖିବା କମିସନଙ୍କ ପ୍ରମୁଖ କାର୍ଯ୍ୟ । ନଚେତ୍ ଗଣତନ୍ତ୍ରରେ ବିପର୍ଯ୍ୟୟ ଭୋଗିବାକୁ ପଡିପାରେ ।

ଜଷ୍ଟିସ୍ ଜୋଶେଫ କହିଛନ୍ତି ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତ କରିବାର ସର୍ବୋଚ୍ଚ କ୍ଷମତା ରାଷ୍ଟ୍ରପତିଙ୍କ ହାତରେ ନ୍ୟସ୍ତ । କିନ୍ତୁ ତାଙ୍କର ଚୟନ ଏହି ସ୍ୱତନ୍ତ୍ର କମିଟି କରିବା ଦରକାର । ସଂସଦ କୌଣଶି ନୂଆ ଆଇନ୍ ପ୍ରଣୟନ ନ କରିବା ପଯ୍ୟନ୍ତ ଏହି ନିଷ୍ପତି ବଳବତର ରହିବ । କମିସନ ସମ୍ବିଧାନର ନିୟମ ଓ ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ ଦାୟିତ୍ୱ ସଂପାଦନ କରିବା ଆବଶ୍ୟକ ।

ସିଇସି ଏବଂ ନିବ୍ରାଚନ କମିସନରଙ୍କ ନିଯୁକ୍ତି ପାଇଁ କଲେଜିୟମ ଭଳି ବ୍ୟବସ୍ଥା ପାଇଁ ଆବେଦନ କରା ଯାଇଥିଲା । ଏହି ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇ କୋର୍ଟ ଏହା କହିଛନ୍ତି । ଗତ ବର୍ଷ ନଭେମ୍ବର ୨୪ ତାରିଖରେ ବେଂଚ ପ୍ରସଙ୍ଗରେ ନିଜର ରାୟ ସଂରକ୍ଷିତ ରଖଥିଲେ ।