ନୂଆଦିଲ୍ଲୀ : ଆଜି ସନ୍ଧ୍ୟାରେ ବସିବ ନବ ଗଠିତ କେନ୍ଦ୍ର କ୍ୟାବିନେଟର ପ୍ରଥମ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ତୃତୀୟ ପାଳି ସୀକାରର ପ୍ରଥମ କ୍ୟାବିନେଟ ବୈଠକ ବସିପାରେ । ସନ୍ଧ୍ୟା ୫ଟା ରେ ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ବସିପାରେ। ସେଠାରେ ୧୦୦ ଦିନ କାର୍ଯ୍ୟ ଖସଡା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ କ୍ୟାବିନେଟ୍ ଶପଥ ନେଇଥିଲା। ତୃତୀୟଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ। ମୋଦୀ ଏବଂ ଅନ୍ୟ ୭୧ଜଣ ମନ୍ତ୍ରୀ ଶପଥ ନେଇଥିଲେ। ଏମାନଙ୍କ ମଧ୍ୟରେ ୩୦ ଜଣ କ୍ୟାବିନେଟ୍ , ୫ ଜଣ ସ୍ଵାଧୀନ ରାଷ୍ଟ୍ର ମନ୍ତ୍ରୀ , ୩୬ ଜଣ ଅଛନ୍ତି ରାଷ୍ଟ୍ର ମନ୍ତ୍ରୀ। ବିଜେପିର ୬୧ ଓ ସହଯୋଗୀ ଦଳର ୧୧ ଜଣଙ୍କୁ ମିଳିଛି ମନ୍ତ୍ରୀ ପଦ । ମନ୍ତ୍ରୀ ମଣ୍ଡଳରେ ମୋଟ୍ ୨୪ ରାଜ୍ୟକୁ ପ୍ରତିନିଧିତ୍ଵ ମିଳିଛି। ୩୦ କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ବିଜେପିର ୨୫ ଓ ସହଯୋଗୀ ଦଳର ୫ ଅଛନ୍ତି। ୭୨ ଜଣିଆ ମନ୍ତ୍ରୀମଣ୍ଡଳରେ ୩୯ଜଣ ପୂର୍ବରୁ କେନ୍ଦ୍ରରେ ମନ୍ତ୍ରୀ ଥିଲେ। ଏହି ଅବସରରେ ନବ ନିଯୁକ୍ତ ମନ୍ତ୍ରୀମାନେ ଦେଶବାସୀଙ୍କ ଜୀବନଧାରଣ ମାନକୁ ବଢ଼ାଇବା ଦିଗରେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଇଥିଲେ।