କୋଟା ଛାତ୍ର ମୃତ୍ୟୁ ମାମଲାରେ ଲାଗିବ ରୋକ

ରାଜସ୍ଥାନ କୋଟାରେ ପାଠର ଚାପରେ ନେଉଛି ପିଲାଙ୍କ ଜୀବନ । ରାଜସ୍ଥାନର କୋଟାରେ ଏକ କୋଚିଂ ସେଣ୍ଟର ନିଟ ଆଶାୟୀ ଦୁଇ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଏହି ମାମଲାରେ ଲଗାଣ ଲଗାଇବା ପାଇଁ ‘ଅଧା ଦିନ ପଢା ଏବଂ ଅଧାଦିନ ମସ୍ତି’ କରବେ । ଆତ୍ମହତ୍ୟା କରିବାକୁ ପ୍ରବୃତ୍ତି ରଖୁଥିବା ପିଲାଙ୍କୁ ଚିହ୍ନଟକରି ମନେବୈଜ୍ଞାନିକ ପରାମର୍ଶ ଦେବା ଭଳି ପଦକ୍ଷେପ ନିଆଯିବ ।

କୋଟାକୁ ପ୍ରିତିବର୍ଷ ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀ କୋଚିଂ ପାଇଁ ଆସିଥାନ୍ତି । ସୂଚନା ଅନୁସାରେ ୨୦୧୫ ପରଠାରୁ କୋଟାରେ ଛାତ୍ରଙ୍କ ଆତ୍ମହତ୍ୟା ସଂଖ୍ୟା ଚଳିତବର୍ଷର ସବୁଠାରୁ ଅଧିକ ରହିଛି । ଏହି ଦୁଇ ଛାତ୍ରଙ୍କ ସହ କୋଟାରେ ଚଳିତ ବର୍ଷ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି।

ତେବେ ଆତ୍ମହତ୍ୟା କରିଥିବା ଏହି ୧୬ ବର୍ଷୀୟ ଛାତ୍ରଜଣକ ମହାରାଷ୍ଟ୍ରର ଆବିଷ୍କାର ଶମ୍ଭାଜୀ କାସଲେ ବୋଲି ପୋଲିସ ସୂଚନା ଦେଇଛି। ଏହି ଛାତ୍ର କୋଟାର ବିଜ୍ଞାନ ନଗର ଅଞ୍ଚଳର ଏକ ୬ ମହଲା କୋଠାରୁ ଡେଇଁ ପଡି ଆତ୍ମହତ୍ୟା କରିଥିଲେ । ତେବେ ଏହାର ୬ ଘଣ୍ଟା ପରେ ବିହାରର ଆଉ ଜଣେ ଛାତ୍ର ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। ଛାତ୍ର ଜଣକ ନିଜର ସମ୍ପର୍କୀୟ ଭାଇ ଏବଂ ଭଉଣୀ ସହିତ କୁନାଡିରେ ଏକ ଭଡା ଆପାର୍ଟମେଣ୍ଟରେ ରହୁଥିଲେ ।