ଏସ୍ଏସ୍କେଏମ୍ ହସ୍ପିଟାଲ୍ରେ ଭର୍ତ୍ତି ହେଲେ ବରିଷ୍ଠ ନେତା ମୁକୁଳ ରାୟ
ତୃଣମୂଳର ବରିଷ୍ଠ ନେତା ମୁକୁଳ ରାୟ ଅସୁସ୍ଥ ହୋଇ ପଡିଛନ୍ତି । ସେ କୋଲକାତାର ଏସ୍ଏସ୍କେଏମ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ।
(କୋଲକତା) : ତୃଣମୂଳର ବରିଷ୍ଠ ନେତା ମୁକୁଳ ରାୟ ଅସୁସ୍ଥ ହୋଇ ପଡିଛନ୍ତି । ସେ କୋଲକାତାର ଏସ୍ଏସ୍କେଏମ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ଡାକ୍ତର ଗୌତମ ଗାଙ୍ଗୁଲିଙ୍କ ନେତୃତ୍ୱରେ ଗଠିତ ୭ ଜଣିଆ ଟିମ୍ ତାଙ୍କ ଚିକିତ୍ସା କରୁଥିବା ଜଣାପଡ଼ିଛି ।
ସୂଚନାନୁଯାୟୀ , କିଛିଦିନ ମାସ ହେଲା ସେ ବିଭିନ୍ନ କାରଣରୁ ଅସୁସ୍ଥ ଥିବା ବେଳେ ଗୁରୁବାର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ୍ ଯାଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଜଣାପଡ଼ିବା ପରେ ମେଡିକାଲ୍ରେ ଭର୍ତ୍ତି କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଅ ଶୁଭ୍ରାଂଶୁ ରାୟଙ୍କୁ ଫୋନ୍ କରି ମୁକୁଳଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।