ମୁମ୍ବାଇ: ଫିଲ୍ମ ଟାଇଟାନିକ ବିଷୟରେ ଆଲୋଚନା ହେଲେ ବିଶାଳକାୟ ଜାହାଜ କଥା ମନକୁ ଆସିଥାଏ । ଏହି ଫିଲ୍ମ ଅଧିକାଂଶ ଲୋକଙ୍କର ମନେ ଥିବ । ଆଜିକୁ ଦୀର୍ଘ ୧୧୧ ବର୍ଷ ତଳେ ଟାଇଟାନିକ୍ ଜାହାଜଟି ବୁଡ଼ି ଯାଇଥିଲା । ଯାହାକି ଲୋକମାନଙ୍କ ମନରେ ଆଜିବି ଜୀବିତ । କିଛି ମାସ ତଳେ ଟାଇଟାନିକ ମେନ୍ୟୁର ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇଥିବା ବେଳେ ଏବେ ପୁଣି ଚର୍ଚ୍ଚାର ବିଷୟ ସାଜିଛି ଟାଇଟାନିକ୍ର ଡ଼ିନର ମେନ୍ୟୁ ।

ଦୀର୍ଘ ୧୧୧ ବର୍ଷ ପରେ ନିଲାମ ହେବାକୁ ଯାଉଛି ଟାଇଟାନିକ୍ର ଡ଼ିନର ମେନ୍ୟୁ । ମେନ୍ୟୁ କାର୍ଡ ନିଲାମରେ ପ୍ରାୟ ୫୧ ଲକ୍ଷରୁ ୭୧ ଲକ୍ଷ ଟଙ୍କା ରୋଜଗାର ହେବ ବୋଲି ଆଶା କରାଯାଇଛି । ଏହି ଐତିହାସିକ ନିଲାମ ୧୧ ନଭେମ୍ବରରେ ଡେଭିସ୍, ୱିଲଟସାୟାରରେ ହେନେରୀ ଆଲଡ୍ରିଜ ଆଣ୍ଡ ସନ ଲିମିଟେଡରେ ହେବ ।

୧୧୧ ବର୍ଷ ପୂର୍ବେ ଏକ ବରଫ ସହିତ ଧକ୍କା ହେବା ପରେ ଏହି ଜାହାଜଟି ବୁଡ଼ି ଯାଇଥିଲା । ଏହି ଜାହାଜ ବୁଡ଼ିଯିବା କାରଣରୁ ପ୍ରାୟ ୧୫୦୦ ଲୋକ ପ୍ରାଣ ହରାଇଥିଲେ । କିନ୍ତୁ ଦୁର୍ଘଟଣା ପରେ ବି ଜାହାଜ ଭିତରେ କିଛି ଜିନିଷ ସୁରକ୍ଷିତ ରହି ଯାଇଥିଲା, ଯାହା ବର୍ତ୍ତମାନ ନିଲାମ ହେବାକୁ ଯାଉଛି । ଟାଇଟାନିକର ଫାର୍ଷ୍ଟ କ୍ଲାସ୍ ଡିନର ମେନ୍ୟୁ ନିଲାମ ହେବ । ଜାହାଜ ଧକ୍କା ହେବାର ରାତିରେ ଏହି ମେନ୍ୟୁ ପରିବେଷଣ କରାଯାଇଥିଲା ।ନିଲାମ ପାଇଁ ଅନ୍ୟାନ୍ୟ ଆଇଟମ ଗୁଡିକରେ ଏକ ହ୍ୱାଇଟ ଷ୍ଟାର ଲାଇନ ଡେକ କମ୍ବଳ, ଜଣେ ଯାତ୍ରୀଙ୍କ ଏକ ପକେଟ ଘଣ୍ଟା ଏବଂ ଏକ ବିରଳ ବ୍ରଡସାଇଡ ପୋଷ୍ଟର ବିଜ୍ଞାପନ ସାମିଲ ଅଛି ।