କେରଳ: ଦିନକୁ ଦିନ ବଢି ଚାଲିଛି ରେଳ ଦୁର୍ଘଟଣା । ପୁଣି ଆଜି ଲାଇନଚ୍ୟୁତ ହୋଇଛି କେରଳର ଏକ ଟ୍ରେନ । ସୂଚନା ଅନୁଯାୟୀ, ତିରୁପତି –ତିରୁଅନନ୍ତପୁରମ ଟ୍ରେନ ଏହାର ଶେଷ ରହଣିସ୍ଥଳ ତିରୁପତି ରେଳ ଷ୍ଟେସନରେ ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣା ସହ ଜଡ଼ିତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଲାଇନଚ୍ୟୁତ ହୋଇଥିବା ବଗିରେ କୌଣସି ଯାତ୍ରୀ ନଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଥିବା କୁହାଯାଉଛି । ତେବେ ଏଥିରେ ମୃତାହତ ନେଇ କୌଣସି ସୂଚନା ନାହିଁ। ଏହି ଦୁର୍ଘଟଣା ଯୋଗୁ ଏକାଧିକ ଟ୍ରେନ୍ ବିଳମ୍ବରେ ଚାଲୁଛି। ପ୍ରଶାସନ ପକ୍ଷରୁ ଲାଇନଚ୍ୟୁତ ବଗିକୁ ହଟାଇବାକୁ ଚେଷ୍ଟା ଜାରି ରହିଛି।