ଗଞ୍ଜାମ ଜିଲ୍ଲା ଆସିକା କୋଟିନଡ଼ା ଥାନା ଅନ୍ତର୍ଗତ ଭେଟନଈ ଗ୍ରାମରେ ଅଭାବନିୟ ଘଟଣା l ଚୋରି ସନ୍ଧେହରେ ତିନି ଜଣ ଯୁବକ ସହ ଜଣେ ମହିଳାଙ୍କୁ ବିଜୁଳି ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ l ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି l ଭେଟନଈ ଗ୍ରାମର ଧୋବା ସାହିର ଜଣେ ମହିଳା ଓ ତାଙ୍କ ପୁଅଙ୍କ ସହ ତାଙ୍କ ଘରକୁ ଆସିଥିବା ଅନ୍ୟ ଦୁଇ ଜଣ ଯୁବକକୁ ଗାଁ ର କିଛି ଲୋକ ଅଟକ ରଖିବା ସହ ବିଜୁଳି ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚି ଥିଲେ l
ପରେ ଖବର ପାଇ ଘଟଣା ସ୍ଥଳରେ କୋଟିନଡା ଥାନା ପୋଲିସ ପହଞ୍ଚି ସେହି ଚାରି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣା ତଦନ୍ତ କରୁଛି l ତେବେ ଚୋରି ସନ୍ଧେହ ଓ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଘଟଣା ଘଟିଥିବା ପୋଲିସ କହୁଥିବା ଘଟଣା ପଛରେ ପରକ୍ରିୟା ପ୍ରୀତି ରହିଥିବା ନେଇ ଜନ ସାଧାରଣରେ ଚର୍ଚ୍ଚା ହେଉଛି.