ସୁପ୍ରିମକୋର୍ଟରେ ଶପଥ ନେଲେ ୩ ଜଣ ନୂଆ ବିଚାରପତି

ନୁଆଦିଲ୍ଲୀ-: ଆଜି ଶପଥ ନେଲେ ସୁପ୍ରିମକୋର୍ଟର ୩ ଜଣ ନୂଆ ବିଚାରପତି । କେନ୍ଦ୍ର ସରକାର ଗୁରୁବାର ତିନି ଜଣ ହାଇକୋର୍ଟର ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତି ଦେବା ପାଇଁ ଏକ ବିଜ୍ଞପ୍ତି ଜାରି କରିଥିଲେ । ଏହି ତିନି ବିଚାରପତି  ଆଜି ଶପଥ ନେଇଛନ୍ତି । ନୂତନ ବିଚାରପତିମାନେ ସୁପ୍ରିମକୋର୍ଟର ଖାଲି ପଦବୀ ପୂରଣ କରିବେ । ନିଯୁକ୍ତ ବିଚାରପତିଙ୍କ ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଏନ.ଭି. ଅଞ୍ଜାରିଆ, ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ବିଜୟ ବିଷ୍ଣୋଇ ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏ.ଏସ୍. ଚନ୍ଦୁରକର ଅଛନ୍ତି ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର. ଗବାଇ ଆଜି ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟରେ ୩ ନୂଆ ବିଚାରପତିଙ୍କ ନିଯୁକ୍ତିକୁ ଗୁରୁବାର ମଞ୍ଜୁର କରିଥିଲେ କେନ୍ଦ୍ର ସରକାର । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ ଏନେଇ ‘ଏକ୍ସ’ରେ ପୋଷ୍ଟ କରିଥିଲେ । ଏହାଦ୍ବାରା ସୁପ୍ରିମକୋର୍ଟରେ ବିଚାରପତି ସଂଖ୍ୟା ୩୪ ହୋଇଛି ।