ଉତ୍ତରପ୍ରଦେଶ-: ଉତ୍ତରପ୍ରଦେଶ ବୁଲନ୍ଦସହର ମେରଟ ନ୍ୟାସନାଲ ହାଇୱେରେ ଲଜ୍ଜ୍ୟାଜନକ ଘଟଣା । ତିନି ଜଣ ଦୁର୍ବୁତ୍ତ ଜଣେ ନାବାଳିକାକୁ ଚଳନ୍ତା କାରରେ ଗଣଦୁଷ୍କର୍ମ କରିବା ସହିତ ତାଙ୍କୁ ଚଳନ୍ତା କାରରୁ ଫିଙ୍ଗି ଦେଇଛନ୍ତି ।
ସୂଚନାନୁଯାୟୀ, ମେ ୬ ତାରିଖରେ ୨ ଜଣ ନାବାଳିକାଙ୍କୁ ଚାକିରିର ଲୋଭ ଦେଖାଇ ଉତ୍ତରପ୍ରଦେଶ ଆଣିଥିଲେ ଦୁର୍ବୁତ୍ତ । ଉତ୍ତରପ୍ରଦେଶ ଆଣିବା ବାଟରେ ଅଭିଯୁକ୍ତମାନେ କାରରେ ବିୟର ପିଇବା ଆରମ୍ଭ କରିବା ପରେ ପୁରୁଷ ଏବଂ ନାବାଳିକାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଆଉ ତାପରେ ଦୁର୍ବୁତ୍ତ ଆଉ ତାର ଦୁଇସାଥି ମିଶି ଜଣେ ନାବାଳିକା ସହିତ ଚଳନ୍ତା କାରରେ ଦୁଷ୍କର୍ମ କରିଥିଲେ । ତେବେ ଅନ୍ୟ ନାବାଳିକାଟି ସେମାନଙ୍କୁ ବିରୋଧ କରି ଚାପୁଡ଼ା ମାରିବାରୁ ତାଙ୍କୁ ଚଳନ୍ତା କାରରୁ ଫିଙ୍ଗି ଦେଇଥିଲେ ଦୁର୍ବୁତ୍ତ ମାନେ । ଚଳନ୍ତା କାରରୁ ଫିଙ୍ଗି ଦିଆଯିବା ପରେ ଅଜଣା ଗାଡି ଚଢି ତାଙ୍କର ମୃତ୍ୟୁ ହୋଇଥିଲା ।
ପୋଲିସକୁ ଝିଅର ମୃତ ଶରୀର ରାସ୍ତାରୁ ମିଳିଥିଲା ତେଣୁ ଏହାକୁ ଦୁର୍ଘଟଣା ଭାବିନେଇ ପୋଲିସ ଦୁର୍ଘଟଣାର ତଦନ୍ତ କରୁଥିଲା ବେଳେ ପୀଡିତା କୌଣସି ଉପାୟରେ ଅଭିଯୁକ୍ତଙ୍କ ପାଖରୁ ଖସି ଆସିବାରେ ସଫଳ ହୋଇଥିଲେ ଏବଂ ପରେ ଆସି ଥାନାରେ ଅଭିଯୁକ୍ତଙ୍କ ନାଁରେ ଅଭିଯୋଗ କରିଥିଲେ । ଯାହା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ଓ ହତ୍ୟା, ଅପହରଣ ଏବଂ ଗଣଦୁଷ୍କର୍ମ ଧାରା ଅନୁଯାୟୀ ଏହି ମାମଲା ରୁଜୁ କରିଛି । ପୀଡିତା ଜଣକ ହେଲେ ପ୍ରତାପଗଡ଼ ଜିଲ୍ଲାର ଚିଲଭିଲାର ବାସିନ୍ଦା ।