ଭୁବନେଶ୍ୱର: କେରଳ ଗସ୍ତରେ ତିନୋଟି ମହାନଗର ନିଗମ ପ୍ରତିନିିଧ । ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡା)ପକ୍ଷରୁ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ପାଇଁ ଏକ୍ସପୋଜର ଭିଜିଟିର ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ ବ୍ରହ୍ମପୁରର ସମତେ କଟକ ମହାନଗର ନିଗମର ପ୍ରତିନିଧିଙ୍କୁ କେରଳ ପରିଦର୍ଶନ କରିବାର ସୁଯୋଗ ମିଳିଛି ।
ସୂଚନାମୁତାବକ, ଭୁବନେଶ୍ୱର ମେୟର ସୁଲୋଚନା ଦାଶଙ୍କ ନେତୃତ୍ୱରେ ବିଏମସିରୁ ୯ଜଣ ଏବଂ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇଙ୍କ ନେତୃତ୍ୱରେ ବହ୍ମପୁର ମହାନଗର ନିଗମର ୧୨ ଜଣ ଏଭଳି ମୋଟ୍ ୨୧ ଜଣିଆ ଟିମ୍ କେରଳ ଗସ୍ତ କରିଛନ୍ତି । ଏହି ଟିମ୍ କେରଳର ତ୍ରିବେନ୍ଦମ ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହିତ ସେଠାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବେ । ଏହା ସହ ୩ ଦିନିଆ ଗସ୍ତ ସାରି ଟିମ୍ ଆସନ୍ତା ୨୦ ତାରିଖରେ ଫେରିବେ ।ତେବେ ଏଥିରେ ଆଜି କଟକ ମହାନଗର ନିଗମର କୌଣସି ପ୍ରତିନିଧି ଏହି ଗସ୍ତରେ ସାମିଲି ହୋଇନଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ରାଜ୍ୟ ଗସ୍ତ କରିବେ । ସିଏମସି ପ୍ରତିନିଧି । ଖବରଅନୁଯାୟୀ, ଆଜି ଗସ୍ତ କରିଥିବା ଟିମରେ ଉଭୟ ମେୟର ଏବଂ ଡେପୁଟି ମେୟର ଏବଂ ବିଭିନ୍ନ ଷ୍ଟଣ୍ଡିଙ୍ଗ କମିଟିର ଅଧ୍ୟକ୍ଷମାନେ ସମାିଲ ହୋଇଥିଲେ ।