ମାଲକାନଗିରି-: ଏନ୍କାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ଟପ୍ ମାଓବାଦୀ ନିହତ । ମାଲକାନଗିରି ସୀମାନ୍ତ ମରଡ଼ପଲ୍ଲୀ ଜଙ୍ଗଲରେ ଏନ୍କାଉଣ୍ଟର୍ ହୋଇଛି । ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି। ଏନକାଉଣ୍ଟରରେ ସେଣ୍ଟ୍ରାଲ କ୍ୟାଡ଼ର ମାଓବାଦୀ ଗଜରାଲା ରବି ଓରଫ ଉଦୟ, ଅରୁଣା,ସୀତାରାମ ଜିଲ୍ଲା ଏରିଆ କମ୍ମିଟି ACM କ୍ୟାଡ଼ର ମାଓବାଦୀ ଅମିତ ବରଦାର ନିହତ ହୋଇଛନ୍ତି । ନିହତ ମାଓବାଦୀଙ୍କୁ ଧରାଇଦେବା ପାଇଁ ଦେଢ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରାଶି ଥିଲା ।