ପିପିଲି: ଅଧାରେ ରହିଗଲା ଜଗା ଦର୍ଶନ । ବସ୍ ଧକାରେ ଗଲା ଜୀବନ । ଏକାଥରେ ୩ ଜଣଙ୍କ ଜୀବନ ନେଇଛି ସରକାରୀ ବସ୍ । ବସ୍ ଧକ୍କାରେ ୩ ସ୍କୁଟି ଆରୋହୀ ଯୁବତୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ପିପିଲି ତରାକାଜ ନିକଟରେ ୩ ଯୁବତୀଙ୍କ ଉପରେ ଚଢ଼ିଗଲା ସରକାରୀ ବସ୍ । ସ୍କୁଟିରେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଆଉ ଏକ ସ୍କୁଟି ସାଇଡ୍ ମାରିବାରୁ ତଳେ ପଡ଼ି ଯାଇଥିଲେ ୩ ଯୁବତୀ । ତଳେ ପଡ଼ି ଯାଇଥିବା ୩ ଯୁବତୀଙ୍କ ଉପରେ ଚଢ଼ିଗଲା ବସ୍ ।