ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ଏହି ସୂଚନା ମିଳିବାପରେ ଏୟାରପୋର୍ଟ ପୋଲିସ, ସିଆଇଏସଏଫ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସୀ ତୁରନ୍ତ ଯାଞ୍ଚ ଅଭିଯାନ ଚଲାଇଛନ୍ତି । ପୋଲିସ ସନ୍ଦେଶ ପଠାଇଥିବା ବ୍ୟକ୍ତି ବିରୋଧରେ ଏଫଆଇଆର ଦାଏର କରିଛି ।
ଦିଲ୍ଲୀ ପୋଲିସ କହିବା ଅନୁସାରେ, ଇନ୍ଦିରା ଗାନ୍ଧି ଏୟାରପୋର୍ଟ ଅଥରିଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ (ଫେସବୁକ)ରେ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା । ପ୍ରଥମେ ଏହା ଗୁଜବ ବୋଲି କୁହାଯାଇଥିବା ବେଳେ ପରେ ପୋଲିସ ପକ୍ଷରୁ ଏହାକୁ ନେଇ ଯାଞ୍ଚ ଆରମ୍ଭ କରାଯାଇଥିଲା । ତେବେ ମେସେଜ କେଉଁଠୁ ଆସିଛି, ତାହା ଏପର୍ୟ୍ୟନ୍ତ ଜଣାପଡିନାହିଁ । ଏୟାର ଇଣ୍ଡିଆ ଉଡାଣକୁ ଟାର୍ଗେଟ କରାଯାଇପାରେ ବୋଲି ସନ୍ଦେହ କରାଯାଉଛି । ଦିଲ୍ଲୀ ପୋଲିସ ଆଇଜିଆଇ ଏୟାରପୋର୍ଟର ସୋସିଆଲ ମିଡିଆ ସିଫ୍ଟ ଅଧିକାରୀଙ୍କ ଅଭିଯୋଗରେ ଇନ୍ଦିରା ଗାନ୍ଧି ଅର୍ନ୍ତଜାତୀୟ ଏୟାରପୋର୍ଟ ପୋଲିସ ଷ୍ଟେସନରେ ଆଇପିସି ଧାରା ଅଧିନରେ ଏଫଆଇଆର ଦାଏର କରିଛନ୍ତି ।