ରିପୋଟର୍ସ ଟୁଡେ; ମିସ ୟୁନିଭର୍ସ ଇଣ୍ଡିଆ ରିୟା ସିଂଘା ହୋଇଛନ୍ତି । ରାଜସ୍ଥାନ ରାଜଧାନୀ ଜୟପୁରରେ ଅନୁଷ୍ଠିତ ହୋଇଯାଇଛି ମିସ୍ ୟୁନିଭସ ଇଣ୍ଡିଆ-୨୦୨୪ । ଚଳିତ ବର୍ଷ ମିସ ୟୁନିଭର୍ସ ଇଣ୍ଡିଆ ରିୟା ସିଂଘା ହୋଇଛନ୍ତି । ୫୧ ଜଣ ବଛା ବଛା ସୁନ୍ଦରୀଙ୍କୁ ପଛରେ ପକାଇ ମୁକୁଟ ହାସଲ କରିଛନ୍ତି ଏହି ସୁନ୍ଦରୀ । ଏବେ ସେ ଅନ୍ତର୍ଜାତୀୟ ମିସ୍ ୟୁନିଭର୍ସ ପ୍ରତିଯୋଗୀତାରେ ଭାରତକୁ ପ୍ରତିନିଧିତ୍ୱ କରିବେ । ୧୦ ବର୍ଷ ତଳେ ଏହି ମୁକୁଟ ହାତେଇଥିବା ଅଭିନେତ୍ରୀ ଉର୍ବଷି ରୌତେଲା, ରିୟାକୁ ମୁକୁଡା ପିନ୍ଧାଇଛନ୍ତି । ପ୍ରତିଯୋଗିତାରେ ଜିତିବା ପରେ ରିୟା କହିଛନ୍ତି, ଏହି ସ୍ଥାନରେ ପହଞ୍ଚିବା ପାଇଁ ମୋତେ ଅନେକ ପରିଶ୍ରମ କରିବାକୁ ପଡିଛି ।