ଭୁବନେଶ୍ୱର: ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଏପ୍ରିଲ ୩ରୁ ଆରମ୍ଭ ହେବ ଖାତା ଦେଖା । ମୋଟ ୫୬ ମୂଲ୍ୟାୟନ କେନ୍ଦ୍ରରେ ଖାତୋ ଦେଖା ହେବ । ପରୀକ୍ଷା କେନ୍ଦରୁ ମୁଲ୍ୟାୟନ କେନ୍ଦ୍ରକୁ ଖାତା ସୁରକ୍ଷିତ ଯିବା ସହିତ ୪୫ ଦିନ ଭିତରେ ସମ୍ପୂର୍ଣ୍ଣ ଖାତା ଦେଖା କାର୍ଯ୍ୟ ସରିବା ନେଇ ଆଶା କରାଯାଉଛି । ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।
ସେପାଟ ଶେଷ ଦିନରେ ଗଣିତ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ଦିଆଯାଇଥିଲା । ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ମାର୍ଚ୍ଚ ୧୦ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ହୋଈଛି । ଏଥିପାଇଁ ଛାତଛାତ୍ରୀ ଖୁସୀ ମନାଉଥିବା ଦେଖିବାକୁ ମିଳିଛି ।