ନୂଆଦିଲ୍ଲୀ-: ପ୍ରତିବର୍ଷ ଅକ୍ଟୋବର ୮ରେ ଭାରତୀୟ ବାୟୁସେନା ଦିବସ ପାଳନ କରାଯାଇଥାଏ । ତେବେ ଚଳିତବର୍ଷ ନୂଆଦିଲ୍ଲୀ-ଏନସିଆର ସ୍ଥିତ ହିଣ୍ଡନ ଏୟାରବେସରେ ବାୟୁସେନା ଦିବସ ପାଳନ ହେବ। ଚଳିତଥର ‘ଅପରେସନ ସିନ୍ଦୂର’ ର ସଫଳତାକୁ ନେଇ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ବାୟୁସେନା ପକ୍ଷରୁ ବଡ଼ ଧରଣର ଉତ୍ସବ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ୨୦୨୨ ମସିହାରେ ହିଣ୍ଡନ ଏୟାରବେସରେ ବାୟୁସେନା ଦିବସ ପାଳନ କରାଯାଇଥିଲା ।
ଚଳିତବର୍ଷ ପହଲଗାମ ଆକ୍ରମଣ ପରେ ଭାରତ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ତୀବ୍ରତର କରିଛି । ସୀମାପାର ଆତଙ୍କବାଦର ନିପାତ ଲାଗି ଭାରତ ପକ୍ଷରୁ ‘ଅପରେସନ ସିନ୍ଦୂର’ ଜରିଆରେ ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରାଯାଇଥିଲା । ତେବେ ଅପରେସନ ‘ସିନ୍ଦୂର’ର ସଫଳତାକୁ ନେଇ ଏଥର ବାୟୁସେନା ଦିବସରେ କିଛି ଝଲକ ଦେଖିବାକୁ ମିଳିବ ।