ଅଜବ ଏହି ବୃକ୍ଷ, ୧୦୦ ବର୍ଷରେ ମାତ୍ର ଥରେ ଫୁଟେ ଫୁଲ

ନୂଆଦିଲ୍ଲୀ: ରହସ୍ୟରେ ଭରା ଆମର ଏ ପୃଥିବି  । ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ  । ସେହିପରି ଦୁନିଆରେ ଅନେକ ପ୍ରକାରର ବୃକ୍ଷ ଲତା ରହିଛି  । ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ  । କିନ୍ତୁ କିଛି ବୃକ୍ଷଲତା ଏପରି ରହିଛି ଯାହା ତାର ଭିନ୍ନ ପ୍ରକାତୀ ପାଇଁ ଚାରିଆଡେ ଚର୍ଚ୍ଚିତ  । ସେମାନଙ୍କ ମଧ୍ୟରୁ ଏକ ଏପରି ବୃକ୍ଷ ଅଛି ଯେଉଁଥିରେ ୧୦୦ ବର୍ଷରେ ମାତ୍ର ଥରେ ଫୁଲ ଫୁଟିଥାଏ  ।  ଆସନ୍ତୁ ଜାଣିବା ସେହି ବୃକ୍ଷ ବିଷୟରେ…

ଏହି ଉଦ୍ଭିଦର ନାମ ପୁୟା ରାଇମୋଣ୍ଡି। ପୁୟା ରାଇମୋଣ୍ଡି ଏକ ବିରଳ ତଥା ବିଶାଳ ଗଛ, ଯାହା ୧୦୦ ବର୍ଷରେ ଥରେ ଫୁଲ ଦେଇଥାଏ । ତେଣୁ ଅଧିକାଂଶ ଲୋକଙ୍କ ପାଇଁ ଏହି ବିରଳ ବିଲୁପ୍ତ ଗଛ ଦେଖିବାର ସୁଯୋଗ ଜୀବନକାଳରେ ଥରେ ଆସେ । ତେବେ ଏହି ଗଛ ଆଣ୍ଡାମାନର ରାଣୀ ଭାବରେ ମଧ୍ୟ ଜଣାଶୁଣା ହୋଇଥାଏ । ଏହି ଗଛର ବୟସ ୮୦ ରୁ ୧୦୦ ବର୍ଷ ହେଲେ ହିଁ ଏଥିରେ ଫୁଲ ଦେଖାଯାଏ। ଏହା ସାଧାରଣତଃ କାକଟସ୍ ପ୍ରଜାତିର  ।

ଏହି ବୃକ୍ଷ ଦକ୍ଷିଣ ଆମେରିକାରେ ୧୨,୦୦୦ ଫୁଟ ଉଚ୍ଚରେ ବଢ଼ିଥାଏ । ରିପୋର୍ଟ ଅନୁସାରେ, ଏହି ଗଛଟି ଏପରି ଯେ ଏହା ଖରାପ ମାଟି ସହିତ ଥଣ୍ଡା ଏବଂ ଶୁଷ୍କ ଜଳବାୟୁରେ ମଧ୍ୟ ବଢ଼ିଥାଏ। ପୁୟା ରାଇମୋଣ୍ଡି ହେଉଛି ବିଶ୍ୱର ସବୁଠାରୁ ବଡ଼ ବ୍ରୋମେଲିଆଡ ପ୍ଲାଣ୍ଟ। ଏହାଛଡା ଏହାକୁ ବିଶ୍ୱର ସବୁଠାରୁ ସର୍ବୋଚ୍ଚ ଫୁଲ ସ୍ପାଇକ୍ ବୋଲି ମଧ୍ୟ କୁହାଯାଏ। ଏହାକୁ ଫୁଟିବାକୁ କେତେ ସମୟ ଲାଗେ ତାହା ଏବେ ବି ଚର୍ଚ୍ଚାର ବିଷୟ। ପୁୟା ରାଇମୋଣ୍ଡି ୩୩ ଫୁଟ ଉଚ୍ଚତା ପର୍ୟ୍ୟନ୍ତ ବଢ଼ିପାରେ। ଯେତେବେଳେ ଏଥିରେ ଫୁଲ ଫୁଟେ ଏହା ବହୁତ ସୁନ୍ଦର ଦେଖାଯାଏ। କାରଣ ଏଥିରେ ହଜାର ହଜାର ଧଳା ଫୁଲ ଫୁଟେ ଏବଂ ସମ୍ପୂର୍ଣ୍ଣ ଗଛ ଫୁଲରେ ପରିପୂର୍ଣ୍ଣ ହୋଇଯାଏ । କିନ୍ତୁ ଫୁଲ ଫୁଟିବା ପରେ, ଗଛଟି ମରିଯାଏ ।