ମୁମ୍ବାଇ : ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌସିକ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ । ଯାହା ସୁଣିବାକୁ ମିଳୁଛି ଯେ, ସତୀଶ କୌସିକଙ୍କ ମୃତ୍ୟୁ ହୃଦଘାତରେ ମୃତ୍ୟୁ ହୋଇଛି । ହେଲେ ଏବେ ତାହାର କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । ମିଳିଥିବା ପୋଲିସର ସୂଚନା ଅନୁସାରେ ସତୀଶ ଦିଲ୍ଲୀ ସ୍ଥିତ ବିଜବାସନର ଯେଉଁ ଫାର୍ମ ହାଉସରେ ହୋଲି ଖେଳିଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା ଏବେ ସେଠାରୁ କିଛି ଆପତ୍ତିଜନକ ଔଷଧ ମିଳିଛି। ଏହି ଫାର୍ମ ହାଉସଟି ସତୀଶଙ୍କ ସାଙ୍ଗ ବିକାଶ ମାଲୁଙ୍କର ବୋଲି ଜଣାପଡିଛି । ଯାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି ।