ଭୁବନେଶ୍ୱର:କିନ୍ନରଙ୍କ ହାଇଟେକ ଫଣ୍ଡା । ନିଜକୁ ରାଜନେତାଙ୍କ ପି ଏ. କହି ବ୍ୟବସାୟୀ ଙ୍କୁ ଲଗାଇଲେ ଚୁନା । ୩୧ ହଜାର ୫୦୦ ଟଙ୍କା ଠକେଇ ଅଭିଯୋଗ ରେ କିନ୍ନର କୁ ଗିରଫ କଲା ସାଇବର ଥାନା ପୋଲିସ । ଗିରଫ କିନ୍ନର ନାଁ ସୌମ୍ୟରଂଜନ ପ୍ରଧାନ । ଏହି ଘଟଣାରେ ପୋଲିସ କିନ୍ନରଙ୍କ ସହ ତାର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ସେମାନେ ହେଲେ ତୁଷୁରାକାନ୍ତ ବାଇ ଓ ସୁନୀଲ ସାମନ୍ତରାୟ । ସୁନୀଲ ନାଁ ରେ ପୂର୍ବରୁ ଭୁବନେଶ୍ୱରରେ ୩ଟି ,ବ୍ରହ୍ମପୁର ରେ ୨ ,ସମ୍ବଲପର ୨ ଓ ଅନୁଗୁଳ ୧ ମାମଲା ରୁଜୁ ହୋଇଛି ।
ସୂଚନାନୁଯାୟୀ ସୌମ୍ୟ ବିକାଶ ସେହେଗିଲ ନାମକ ଜଣେ ବ୍ୟବସାୟୀଙ୍କୁ ଜଣେ ପ୍ରତିଷ୍ଠିତ ମନ୍ତ୍ରୀଙ୍କ ପି ଏ କହି ଫୋନ କରି ମନ୍ତ୍ରୀଙ୍କ ମା ଯଜ୍ଞ କରୁଥିବା କହିଥିଲେ । ଏନେଇ ଯଜ୍ଞରେ କିଛି ସାମଗ୍ରୀ ଲାଗିବ ଏବଂ ଏହି ବାବଦରେ ତାଙ୍କ ଠାରୁ ୩୧,୫୦୦ ଟଙ୍କା ଫୋନ ପେ ମାଧ୍ୟମରେ ନେଇଯାଇଥିଲେ । ସେହିପରି ସମାନ ଢଙ୍ଗରେ ଏହି ତିନ ଅଭିଯୁକ୍ତ ୩ଜଣଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ କରିବା ପରେ ସାଇବର ଥାନା ପୋଲିସ ୩ ଜଣକୁ ଗିରଫ କରିଛି ।