ଦୀକ୍ଷିତ ଏଣ୍ଟରପ୍ରାଇଜର୍ସ ନାଁରେ ଏକ ନକଲି କମ୍ପାନି କରି ଲୋକଙ୍କ ଠାରୁ ଠକି ନେଉଥିଲେ ଟଙ୍କା

ଭୁବନେଶ୍ୱର-: ଇନଭେଷ୍ଟ ଠକେଇ ଘଟଣାରେ ସାଇବର ଥାନା ପୋଲିସର ପର୍ଦ୍ଦାଫାସ୍ । ଠକେଇ ଘଟଣାରେ ଭଦ୍ରକରୁ ଉମାଶଙ୍କର ଦୀକ୍ଷିତ ନାମକ ଅପରାଧୁକୁ ଗିରଫ କଲା ସାଇବର ଥାନା ପୋଲିସ। ହ୍ଵାଟ୍ସ ଆପ୍ ଗ୍ରୁପ୍ କରି ଅଧିକ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କ ଠାରୁ ଠକି ନେଉଥିଲେ  ଟଙ୍କା । ୧୨ଲକ୍ଷ ୨ ହଜାର ଟଙ୍କା ଠକିଥିବା ନେଇ ତା ବିରୁଦ୍ଧରେ ସାଇବର ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ତଦନ୍ତ ଆରମ୍ଭ କରିଥିଲା କମିଶନରେଟ ପୋଲିସ ।  ଅଭିଯୁକ୍ତକୁ ଗିରଫ କରିବା ସହ ବ୍ୟାଙ୍କ ପାସବୁକ୍, ମୋବାଇଲ, ଡେବିଟ୍ କାର୍ଡ ଆଦି ଜବତ କରାଯାଇଛି । ଏବେବି ତଦନ୍ତ ଚାଲିଥିବା କହିଛନ୍ତି ଡିସିପି ଜଗମୋହନ ମୀନା ।

ଉମାଶଙ୍କର ଦୀକ୍ଷିତ ଏଣ୍ଟରପ୍ରାଇଜର୍ସ ନାଁରେ ଏକ ନକଲି କମ୍ପାନି ଥିବା ଜଣାପଡ଼ିଛି ଏବଂ ୧୨ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଧର୍ମେନ୍ଦ୍ର ପୃଷ୍ଟିଙ୍କ ଟଙ୍କା ତା’ ସଂସ୍ଥା ଆକାଉଣ୍ଟକୁ ଯାଇଥିବା ସ୍ପଷ୍ଟ ହୋଇଛି । କେବଳ ସେତିକି ନୁହେଁ, ଉମାଶଙ୍କର ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ମିଳିଛି ଏବଂ ସେସବୁ ସାଇବର ଠକ ରାକେଟର କମିସନ ବୋଲି ତଦନ୍ତରୁ ଜଣାପଡ଼ିଛି । ଉମାଶଙ୍କର କମ୍ପାନିର ଆକାଉଣ୍ଟକୁ ବ୍ୟବହାର କରି ରାଜ୍ୟ ବାହାରେ ଜାଲ ବିଛାଇ ବସିଥିବା ସାଇବର ଠକ ରାକେଟର ୮ଟି ରାଜ୍ୟରୁ କୋଟିଏରୁ ଅଧିକ ଟଙ୍କା ଠକିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।