ସମସ୍ତ ଜିଲ୍ଲାରେ ତିଆରି ହେବ ମେଡିକାଲ କଲେଜ । ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ହେବା ପରେ ପାଠ ପଢାଇବେ ଅବସରପ୍ରାପ୍ତ ଅଧ୍ୟାପକ । କେଡିକାଲ କଲେଜରେ ଅଧ୍ୟାପକ ସଂଖ୍ୟା କମ୍ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶ ବାହାରର ବିଭିନ୍ନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ମାନେ ମଧ୍ୟ ଅନଲାଇନରେ ପାଠ ପଢାଇବେ । ଏହା ବ୍ୟତୀତ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ତାଳଚେର ଓ କନ୍ଧମାଳରେ ପାଇପଲାଇନରେ ମେଡିକାଲ କଲେଜ ରହିଛି ।