ଟ୍ରେନରେ ଲାଗିଲା ନିଆଁ, ଜଳିଲା ବଗି

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଟ୍ରେନରେ ଲାଗିଲା ନିଆଁ। ଆଜି ନ୍ୟୁ ଅସ୍ତିରୁ ଅହମଦନଗର ଅଭିମୁଖେ ଯାଉଥିବା ଟ୍ରେନରେ ନିଆଁ ଲାଗିଯାଇଥିବା ନେଇ ରେଳ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି ଘଟଣା ଅପରାହ୍ନ ପ୍ରାୟ ୩ଟା ସମୟରେ ନାରାୟଣଦୋହ ଏବଂ ଅହମଦନଗର ମଧ୍ୟରେ ଘଟିଥିଲା। ତେବେ ଟ୍ରେନର ୫ଟି କୋଚରେ ନିଆଁ ଲାଗିଥିଲେ ବି କେହି ମୃତାହତ ହୋଇଥିବାର ଖବର ମିଳିନାହିଁ। ସୂଚନାନୁଯାୟୀ,ଏହି ଘଟଣା ଅପରାହ୍ନ ପ୍ରାୟ ୩ଟା ସମୟରେ ନାରାୟଣଦୋହ ଏବଂ ଅହମଦନଗର ମଧ୍ୟରେ ଘଟିଥିଲା। ତେବେ ପ୍ରଥମେ ଗାର୍ଡ ସାଇଡ୍ ବ୍ରେକ୍ ଭ୍ୟାନରେ ନିଆଁ ଲାଗିବା ପରେ ନିଆଁ ଧିରେ ଧିରେ ଚାରିଟି ସଂଲଗ୍ନ କୋଚକୁ ବ୍ୟାପିଥିଲା। ତେବେ ନିଆଁ ଆହୁରି ବିସ୍ତାର ହେବା ପୂର୍ବରୁ ସମସ୍ତ ଯାତ୍ରୀ ଟ୍ରେନରୁ ସୁରକ୍ଷିତ ଭାବରେ ତଳକୁ ଓହ୍ଲାଇବାରେ ସକ୍ଷମ ହୋଇଥିଲେ।