ମୋ ରକ୍ତରେ ବେଇମାନି ନାହିଁ : ଚିରଞ୍ଜୀବ ବିଶ୍ୱାଳ, ପୂର୍ବତନ ବିଧାୟକ

ଭୁବନେଶ୍ୱର:   କଂଗ୍ରେସରୁ ନିଲମ୍ବିତ ହେବା ପରେ ଅସନ୍ତୋଷ ଝାଡିଲେ ଚିରଞ୍ଜୀବ ବିଶ୍ୱାଳ । ମୋ ଜେଜେ ବାପା ପିଲାବେଳେ କଂଗ୍ରେସ ସମ୍ପର୍କ ରେ ଶିକ୍ଷା ଦେଉଥିଲେ । ପିତା ବସନ୍ତ ବିଶ୍ୱାଳ କଂଗ୍ରେସ କୁ ସଂଗଠନ କରିବା ପାଇଁ ଯାହା ଉଦ୍ୟମ କରିଛନ୍ତି ସମସ୍ତ ଙ୍କୁ ଜଣା । ମୋ ରକ୍ତରେ ବେଈମାନ ନାହିଁ । ପଛରୁ ଛୁରା ଭୁସିବା କାମ କେବେ କରିନାହିଁ । ଜାନକୀ ଓ ବସନ୍ତ ଯୋଡି ସୁବର୍ଣ୍ଣ ଯୁଗ ଆଲୋଚନା ହୋଇଥିଲା । ସେ ସମୟ ଏବଂ ଏବେର ସମୟ କୁ ନେଇ କିଛି ଟିପ୍ସି ଦେଇଥିଲି । କଂଗ୍ରେସ କୁ ସୃଦୁଢ କରିବା ପାଇଁ ମନ୍ତବ୍ୟ ଦେଇଥିଲି । ୯ରୁ ୯୦ ସ୍ଲୋଗାନ ପୂରଣ କରିବାକୁ ହେଲେ ତଳ ସ୍ତରକୁ କଂଗ୍ରେସ କୁ ଯିବାକୁ ପଡିବ । ଏହି ଉପଦେଶ ଜଦି ଦଳ ବିରୋଧୀ ମୋର କିଛି କହିବାର ନାହିଁ । ମୋର ବକ୍ତବ୍ୟ ପାଇଁ କଂଗ୍ରେସ ଝାରସୁଗୁଡା ରେ ୪ ହଜାର ଭୋଟ ପାଇଲା । ଧାମନଗର ଓ ପଦ୍ମପୁର ରେ କାହିଁକି ଭୋଟ ହାର କମିଲା ସେଥିପାଇଁ ଦାୟୀ କିଏ ? ୨୦୧୪ ରେ କଂଗ୍ରେସ ୧୬%ଭୋଟ ପାଇଥିଲା ସବୁ ଉପ ନିର୍ବାଚନ ରେ ଭୋଟ ହାର କମିଲା । ଜଗତସିଂହପୁର ଏନଏସି ରେ କଂଗ୍ରେସ ଜିତିଥିଲା । କଂଗ୍ରେସ ରେ ଜଦି ସୁଚିନ୍ତିତ ମତାମତ ଶୁଣିବାରେ ଧର୍ୟ୍ୟ ନାହିଁ । ଜାନକୀ ବସନ୍ତ ଯୋଡି ଙ୍କ କାର୍ୟ୍ୟକ୍ରମ କୁ ଇର୍ଷା କରୁଛନ୍ତି କିଛି ଲୋକ । ମୁଁ କଂଗ୍ରେସ ର ଶୃଙ୍ଖଳିତ କର୍ମୀ । ଦଳ ରୁ ନିଲମ୍ବନ କରିବା ମତେ ଗଭୀର ଆଧାର ଦେଇଛି । କିଛି କୁଚକ୍ରୀ ଗୋଷ୍ଠି ଦଳ ମତେ ଦୂରେଇବା ପାଇଁ ଚେଷ୍ଟା କରୁଛନ୍ତି। କଂଗ୍ରେସ ଯୋଡିବା ନା ତୋଡ଼ିବା ବିଚାର କରିବାର ସମୟ । ସତ କହିବା ଜଦି ପାପ ତାହେଲେ ମୁଁ ପାପ କରିଛି । ବିଲେଇ ବେକରେ କିଏ ତ ଘଣ୍ଟି ବାନ୍ଧିବ । ଯେଉଁ ମାନେ ମୋ ବିରୋଧ ରେ ଷଡଯନ୍ତ୍ର କରୁଛନ୍ତି କେବେ ଜିତିକି ଆସିନାହାନ୍ତି । ଏ ଚକ୍ରାନ୍ତ କାହିଁକି ହେଉଛି କାହା ଇଙ୍ଗିତ ରେ ହେଉଛି । ଯେଉଁଠି କଂଗ୍ରେସ ଭଲ କରୁଛି ସେଠି କଂଗ୍ରେସ କୁ ଭାଙ୍ଗିବାକୁ ଉଦ୍ୟମ ହେଉଛି । କଂଗ୍ରେସ କର୍ମୀ ଙ୍କୁ ଅନୁରୋଧ କୁଚକ୍ରୀ ଗୋଷ୍ଠି ଙ୍କୁ ଦୁରେଇ ରଖନ୍ତୁ । ଦୁର୍ବଳ ଲୋକ ଅଭିଯୋଗ କରେ ମୁଁ ଯିବିନି । ମୁଁ ଲଢ଼ିବି ,ଯିଏ ନିଜ ଛାଇ କୁ ଦେଖିଲେ ଡରୁଥିବ ସେହି ଲୋକ ଏହି କାର୍ୟ୍ୟ କରିଛନ୍ତି ।