ଏହି କାରଣ ପାଇଁ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’କୁ ବୟକଟ୍ କରିବାକୁ ଟ୍ୱିଟରେ ଚାଲିଛି ଟ୍ରେଣ୍ଡ

ମୁମ୍ବାଇ: ପୁଣି ଥରେ ବଲିଉଡ ଫିଲ୍ମକୁ ବୟକଟ୍ର ଧମକ । ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ କୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି । ନିକଟରେ ଏହି ଫିଲ୍ମର ଏକ ଗୀତ ‘ବେଶରମ୍ ରଙ୍ଗ’ ରିଲିଜ୍ ହୋଇଥିଲା । କିନ୍ତୁ ଏହି ଗୀତଟି ରିଲିଜ ହେବା ପରେ ଯେତିକି ଲୋକ ପସନ୍ଦ କରିଛନ୍ତି ତାଠାରୁ ଅଧିକ ନା ପସନ୍ଦ କରିଛନ୍ତି । ଏଥି ସହ ଏହି ଗୀତଟି ରିଲିଜ ହେବା ପରେ ‘ପଠାନ’ ଫିଲ୍ମକୁ ବୟକଟ୍ କରିବା ନେଇ ସୋସିଆଲ ମିଡିଆରେ ପଠାନ ବୟକଟ୍ର ଟ୍ରେଣ୍ଡ ଆରମ୍ଭ ହୋଇଛି । ଏହି ଗୀତରେ ଶାହରୁଖ ଖାନ୍ ଏବଂ ଦିପୀକା ପାଦୁକୋନ ନଜର ଆସିଛନ୍ତି । ଏଥିରେ ଦୀପିକା ପିନ୍ଧିଥିବା ପୋଷାକକୁ ନେଇ ଏବେ ବଢିବାର ଲାଗିଛି ବିବାଦ । ଏମିତିକି ଲୋକମାନେ ଶାହରୁଖଙ୍କ ଫଟୋ ଏବଂ ଭିଡିଓ ପୋଷ୍ଟ କରି ବିଭିନ୍ନ ପ୍ରଶ୍ନ କୁରୁଛନ୍ତି ।
ତେବେ ଜଣେ ଟ୍ୱିଟର ୟୁଜର ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା ’ ଏବଂ ସାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ର ପୋଷ୍ଟର ସେୟାର କରି ଲେଖିଛନ୍ତି ଯେ, “ଏକକା ଘମଣ୍ଡ ତୋଡ ଦିଆ, ଦୁସରେକା ତୋଡନା ବାକି ହେ” । ତୟାର ରହେ ବାସ୍ । ଏପରି ଭାବେ ସାରୁଖାନଙ୍କ ଫିଲ୍ମକୁ ଟ୍ୱିଟରେ ବୟକଟ୍ କରିବାକୁ ଧମକ ଦିଆଯାଉଛି ।
ଏହା ସହ ଦୀପିକାଙ୍କ ଲୁକ୍କୁ ନେଇ ମଧ୍ୟ ଖୁବ୍ ବର୍ଷିଛନ୍ତି ୟୁଜର । ୟୁଜରଙ୍କ କହିବା ମୁତାବକ, ଯେଉଁଭଳି ଭାବେ ମହିଳାଙ୍କୁ ନଗ୍ନ କରି ବଲିଉଡ ଚଳଚ୍ଚିତ୍ରରେ ଦେଖାଯାଉଛି, ତାହା ଦ୍ୱାରା ଭାରତର ମର୍ଯ୍ୟାଦାକୁ ସମ୍ପୁର୍ଣ୍ଣ ନଷ୍ଟ ହେଉଛି । ତେବେ ଏହି ଗୀତରେ ଦିପୀକା ଗେରୁଆ ରଙ୍ଗର ଛୋଟ ବସ୍ତ୍ର ପିନ୍ଧି ଥିବାରୁ କିଛି କଟର ହିନ୍ଦୁତ୍ୱକୁ ବିଶ୍ୱାସ କରୁଥିବା ୟୁଜରସ୍ ଏହା ହିନ୍ଦୁ ଧର୍ମର ଅପମାନ କହି ଟ୍ରୋଲ କରୁଛନ୍ତି । ତେବେ ରିଲିଜ ପୂର୍ବରୁ ପଠାନ ଫିଲ୍ମ ବିବାଦରେ ଫସିଥିବା ବେଳେ ଫିଲ୍ମ ରିଲିଜ୍ ପରେ ଏହାର ପରିସ୍ଥିତ କଣ ହେବ ସେ ନେଇ ଆଶଙ୍କାରେ ଫିଲ୍ମ ବଲିଉଡ୍ ।