ମୁମ୍ବାଇ- ସାରା ବିଶ୍ୱରେ ମହାମାରୀ କରୋନା ତାର ତାଣ୍ଡବ ରଚିସାରିଲାଣି । କରୋନାର ଭୟ ଲୋକଙ୍କ ମନରୁ ଲିଭି ନଥିବାବେଳେ ପୁଣି ଏକ ନୂଆ ଭାଇରସ ସାମ୍ନାକୁ ଆସିଛି । ଯାହାର ନାମ ଜିକା ଭାଇରସ । ମହାôାଷ୍ଟ୍ରରେ ଜିକା ଭାଇରସ ଆତଙ୍କ ଖେଳାଇଛି । ପୁଣେରେ ଜିକା ଭାଇରସ ସଂକ୍ରମଣର ପ୍ରଥମ ମାମଲା ସାମ୍ନାକୁ ଆସିଛି । ଏଠାକାର ଜଣେ ୫୦ ବର୍ଷୀୟ ମହିଳାଙ୍କ ରିପୋର୍ଟରେ ଜିକା ଭୂତାଣୁ ଚିହ୍ନଟ ହୋଇଛନ୍ତି ।ରିପୋର୍ଟ ମୁତାବକ ଉକ୍ତ ମହିଳା ଜଣକ ଜିକା ଭାଇରସ ସମେତ ଚିକେନ୍ ଗୁନିଆରେ ମଧ୍ୟ ପୀଡିତ ଥିଲେ। ଜିକା ଭାଇରସ ମାମଲା ପାଇବା ପରେ ଏକ ସରକାରୀ ଡାକ୍ତରୀ ଦଳ ଶନିବାର ପୁରନ୍ଦର ତହସିଲର ବେଲସର ଗ୍ରାମ ପରିଦର୍ଶନ କରିଥିଲେ। ସେ ସରପଞ୍ଚ ଏବଂ ଗ୍ରାମ ପଞ୍ଚାୟତ ସଦସ୍ୟଙ୍କୁ ଭେଟି ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ନିର୍ଦ୍ଦେଶ ଦେଇଥିଲେ।ଗଣମାଧ୍ୟମକୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ପାଞ୍ଚ ଜଣ ରୋଗୀଙ୍କ ନମୁନା ଜୁଲାଇ ୧୬ରେ ଘଓଠ ପୁଣେକୁ ପଠାଯାଇଥିଲା। ସେଥିରୁ ତିନୋଟି ନମୁନାରେ ଚିକେନ୍ଗଚନିଆ ମିଳିଥିଲା। ଜୁଲାଇ ୨୭ ରୁ ୨୯ ପର୍ୟ୍ୟନ୍ତ ଘଓଠ ଟିମ୍ ବେଲସର ଏବଂ ପରିଞ୍ଚେ ଗ୍ରାମ ପରିଦର୍ଶନ କରି ୪୧ସନ୍ଦିଗ୍ଧ ରୋଗୀଙ୍କ ରକ୍ତ ନମୁନା ନେଇଥିଲେ। ଏଥିମଧ୍ୟରୁ ୨୫ ଜଣଙ୍କ ଠାରେ ଚିକେନ୍ଗୁନିଆ, ତିନୋଟି ଡେଙ୍ଗୁ ଏବଂ ଜଣଙ୍କ ଠାରେ ଜିକା ଭୂତାଣୁ ମିଳିଥିଲା।ଜିକା ଭାଇରସକୁ ନେଇ କେହି ଭୟଭୀତ ହୁଅନ୍ତୁ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ସଂକ୍ରମିତ ହୋଇଥିବା ମହିଳା ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ସେ ଏବଂ ତାଙ୍କ ପରିବାର ସଦସ୍ୟଙ୍କର କୌଣସି ଲକ୍ଷଣ ନାହିଁ।