କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଗସ୍ତରେ 5T ସଚିବ । ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ପହଞ୍ଚିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭି.କେ. ପାଣ୍ଡିଆନ୍ ଓ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । କେନ୍ଦୁଝର ଯୋଡ଼ା ବ୍ଲକ ବାସୁଦେବପୁର ନିକଟ କେନ୍ଦୁଝର ଯୋଡ଼ା ବ୍ଲକ ବାସୁଦେବପୁର ନିକଟ କାନପୁର ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଫାଇଭ-ଟି ସଚିବ ଭି.କି. ପାଣ୍ଡିଆନ । ଆଜି ସକାଳ ୯ଟା ୫ରେ ଚିମଳାଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ସେଠାରୁ ସଡ଼କ ପଥରେ ନିର୍ମାଣାଧୀନ କାନପୁର ଡ୍ୟାମ୍ ଅଞ୍ଚଳରେ ପହଞ୍ଚିଥିଲେ ମୁଖ୍ୟ ଶାସନ ସଚିବ ଓ ଫାଇଭ୍-ଟି ସଚିବ। ସେଠାରେ ୨ ହଜାର ୪୩୮ କୋଟି ଟଙ୍କାର ନିର୍ମାଣାଧୀନ କାନପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଓ ଅନ୍ୟ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ ।
ଅନ୍ୟପକ୍ଷେ, ବାସୁଦେବପୁର ବାଳିକା ଉଚ୍ଚବିଦ୍ୟାଳୟ 5T ସ୍କୁଲରେ ରୂପାନ୍ତରଣ ହେବା ପରେ ସ୍ମାର୍ଟ କ୍ଲାସରୁମରେ ପିଲାଙ୍କ ପାଠ ପଢା କିପରି ଚାଲିଛି, ଇ-କ୍ଲାସରୁମ୍ ଓ ଅତ୍ୟାଧୁନିକ ଲାଇବ୍ରେରୀରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆଗ୍ରହ ବଢ଼ାଇଛି କି ନାହିଁ । ସ୍କୁଲ ରୂପାନ୍ତରଣ ନେଇ ପିଲାଙ୍କ ଅନୁଭୁତି ଶୁଣିବେ 5T ସଚିବ । ତେବେ 5T ସଚିବଙ୍କ ଏହି ଗସ୍ତ ସମୟରେ ପିଲାଙ୍କ ସହ ଭୋଜନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣକୁ ପ୍ରାଥମିକତା ଦେଇ । ଆରମ୍ଭ ହୋଇଥିଲା ସମସ୍ତ ସରକାରୀ ବିଦ୍ୟାଳୟ ଗୁଡ଼ିକୁ 5T ସ୍କୁଲରେ ରୂପାନ୍ତରଣ କାର୍ଯ୍ୟକ୍ରମ । ଏହି ରୂପାନ୍ତରଣର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ଗଞ୍ଜାମ ହିଞ୍ଜିଳିକାଟୁ ସରକାରୀ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରୁ ଏବଂ ଯାଜପୁରରେ ଏହି ରୂପାନ୍ତରଣ ପର୍ବ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅନୁଯାୟୀ ସାରା ରାଜ୍ୟରେ ପ୍ରାୟ ୧୦୭୮ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି ।