ଅନ୍ତିମ ସଂସ୍କାର ପାଇଁ ନିଆ ଯାଉଥିବା ବେଳେ କଫିନରୁ ଜୀବିତ ଉଦ୍ଧାର ହେଲେ ମହିଳା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏମିତି ଘଟଣା ଅନେକ ଥର ଶୁଣିବାକୁ ମିଳିଛି ଯାହାକୁ ଆଖି ସାମ୍ନାରେ ଦେଖିଲେ ବି ବିଶ୍ବାସ କରି ହୋଇ ନଥାଏ । ଏମିତି ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଏକ କଫିନ ଭିତରୁ ମହିଳାଙ୍କୁ ଜୀବିତ ଉଦ୍ଧାର କରାଯାଉଥିବା ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ, ୭୬ବର୍ଷୀୟ ବୃଦ୍ଧ ମହିଳାଙ୍କୁ ବ୍ରେନ ଷ୍ଟୋକ ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏମିତିକି ତାଙ୍କର ମୃତ୍ୟୁ ସାର୍ଟିଫିକେଟ ବି ଜାରି କରାଯାଇଥିଲା। ଏହାପରେ ତାଙ୍କୁ କଫିନରେ ଭର୍ତ୍ତି କରି ଅନ୍ତିମ ସଂସ୍କାର ପାଇଁ ନିଆଁ ଯାଉଥିଲା। ଏହି ସମୟରେ ମହିଳାଙ୍କ ଚେତା ଫେରି ଆସିଥିଲା। ସେ କଫିନ ଭିତରେ ଥାଇ ଶବ୍ଦ କରିଥିଲେ। ପରିବାରଲୋକେ ପ୍ରଥମେ ଏହି ଶବ୍ଦ ଶୁଣି ଭୟଭୀତ ହୋଇଯାଇଥିଲେ। ପରେ ସାହାସ କରି କଫିନ ଖୋଲିଥିଲେ। କଫିନ ଖୋଲିବା ପରେ ସେଥିରେ ବୃଦ୍ଧ ମହିଳାଙ୍କ ନିଶ୍ବାସ ଚାଲୁଥିବା ସେମାନେ ଦେଖିବାକୁ ପାଇଥିଲେ। ତୁରନ୍ତ ବୃଦ୍ଧ ବେଲା ମୋଟାୟାଙ୍କୁ କଫିନରୁ ବାହାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ଅକ୍ସିଜେନ ସପୋର୍ଟ ଦେଇ ଚିକିତ୍ସା ଜାରି ରଖିଛନ୍ତି।