ଦେଶରୁ ଖସି ପଳାଉଥବା ବେଳେ ଧରାପଡିଲେ ୟୁକ୍ରେନର ପୂର୍ବତନ ସାଂସଦଙ୍କ ପତ୍ନୀ
ନଗଦ ୨୮ ନିୟୁତ ଡଲାର୍ ଓ ୧.୩ ନିୟୁତ ୟୁରୋ ନେଇ ଦେଶରୁ ଖସି ପଳାଉଥିବା ସୂଚନା ।
ଓଡେଶା: ୟୁକ୍ରେନ ଋଷ ଭିତରେ ଚାଲିିଛି ଜୋରସୋର ଯୁଦ୍ଧ । ଏହି ଯୁଦ୍ଧକୁ ୩ ସପ୍ତାହ ପୁରି ସାରିଥିଲେ ମଧ୍ୟ ଏହାର କୌଣସି ସମାଧାନ ବାହାରି ପାରିନାହିଁ । ଯାହାହ ସମଗ୍ର ବିଶ୍ୱ ବାସୀଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଏହି ସମୟରେ ଏକ ବଡଖବର ଆସି ପହଞ୍ଚିଛି କି ୟୁକ୍ରେନର ପୂର୍ବତନ ସାଂସଦ କୋତ୍ଭିତ୍ସ୍କିଙ୍କ ପତ୍ନୀ ଦେଶ ଛାଡି ଚାଲିଯିବାକୁ ଉଦ୍ୟମ କରୁଛନ୍ତି । ସୂଚନା ମୁତାବକ୍ କେତୋଟି ସୁଟ୍କେସ୍ରେ ନଗଦ ୨୮ ନିୟୁତ ଡଲାର୍ ଏବଂ୧.୩ ନିୟୁତ ୟୁରୋ ନେଇ ୟୁକ୍ରେନ ଛାଡି ପଳାୟନଚରୁଥିବା ବେଳେ ଧରାପଡିଛନ୍ତି ।
ଯୁଦ୍ଧ ସମୟରେ ସେ ଜାକାରପାଟିଆ ପ୍ରଦେଶ ଦେଇ ୟୁକ୍ରେନରୁ ଖସି ହଙ୍ଗେରିରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ସେ ସିମାନ୍ତରେ ‘ହଙ୍ଗେରୀୟ ସୀମାନ୍ତ ରକ୍ଷୀ’ଙ୍କଦ୍ବାରା ଡଲାର ଭରା ସୁଟ୍କେସ୍ ସହ ଧରାପଡିଥିଲେ । ନେକ୍ଷ୍ଟା ମିଡିଆ ସୂଚନା ଅନୁସାରେ ଆଜି ସେଠାରେ ତାଙ୍କୁ ସତ ଘୋଷଣା କରିବାକୁ ବାଧ୍ୟ କରାଯାଇଥିଲା ।
ସେପଟେ ଏହି ଦୁଇ ଦେଶର ଯୁଦ୍ଧ ସଂଘର୍ଷ ତୀବ୍ରତର ହେଉଥିବା ବେଳେ ପ୍ରାୟ ୭,୨୯୫ ବ୍ୟକ୍ତିଙ୍କୁ ‘ହ୍ୟୁମାନିଟାରିୟାନ୍ କରିଡର୍ସ୍’ ବାଟେ ରବିବାର ଦିନ ସ୍ଥାନାନ୍ତରଣ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି, ୟୁକ୍ରେନର ଉପପ୍ରଧାନମନ୍ତ୍ରୀ ଇରାନା ଭେରେସଚୁକ୍ ।