ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅଞ୍ଚଳରେ ମାତିଛନ୍ତି ଛୁଆ ଚୋର । ଛୁଆ ଚୋରକୁ କାବୁ କରି ହାତ ଗୋଡ ବାନ୍ଧି ନିସ୍ତୁକ ପିଟିଲେ ଗାଁ ଲୋକେ । ଛୁଆକୁ ଚୋରଠାରୁ ଉଦ୍ଧାର କଲା ସମୟରେ ଚୋରର ଟାଙ୍ଗିଆ ଚୋଟରେ ଜଣେ ଯୁବକ ଆହତ । ଯଶୀପୁର ଥାନା କେଣ୍ଡୁମୁଣ୍ଡି ଗାଆଁରୁ ଛୁଆ ଚୋରକୁ ଗିରଫ କରିଛି ଯଶୀପୁର ପୋଲିସ୍ । ଚୋରଠାରୁ ଏକ ଲୁହା ରଡ଼,ଟାଙ୍ଗିଆ, ଚାବି ପେନ୍ଥା ଓ ଛୁରୀ ଜବତ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି।