ଆଗାମୀ ବଜେଟରେ ସ୍ୱାସ୍ଥ୍ୟ ସେବା ପାଇଁ ରହିଛି ବିଶେଷ ବ୍ୟବସ୍ଥା

0

ସୋମବାରଠାରୁ ଆରମ୍ଭ ହେଉଛି ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ଅଧିବେଶନ । ୨୩ ଜୁଲାଇରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ । ଏହି ବଜେଟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ପାଇଁ ରହିଛି ବିଶେଷ ବ୍ୟବସ୍ଥା । ନୀତି ଆୟୋଗର ସଦସ୍ୟ ଡା ଭି କେ ପାଲ କହିଛନ୍ତି କି, ଦେଶରେ ସବୁଠାରୁ ବଡ ଡିଜିଟାଲ ସ୍ୱାସ୍ଥ୍ୟ ଯୋଜନା ପାଇଁ ଏକ ରିପୋର୍ଟ ଜାରି କରାଯାଇଛିା ଏହି ଡିଜିଟାଲ ସ୍ୱାସ୍ଥ୍ୟସେବା ଓ କର୍ପୋରେଟ ବାଲାନ୍ସ ପାଇଁ ଦେଶରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଧରାଯାଉଛି ।
ଡ. ପାଲ ଆହୁରି କହିଛନ୍ତି କି, ଦେଶ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିରନ୍ତର ଆଗକୁ ବଢି ଚାଲିଛି । ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଉଛି । ଆଗକୁ ଏଥିରେ ବୈଷୟିକ ଜ୍ଞାନର ପ୍ରୟୋଗରେ ଅଧିକ ସୁଧାର ଆସିବ ଓ ନୂଆ ପରିମାପ ଆସିବ । ଆଗକୁ ଡ ପାଲ ଆହୁରି କହିଲେ କି, ଆମ ସମସ୍ତଙ୍କୁ ବଜେଟର ଅପେକ୍ଷା ରହିଛି ଓ ସ୍ୱାସ୍ଥ୍ୟସେବାକୁ ଏହି ବଜେଟରୁ ବହୁତ କିଛି ଆଶା ରହିଛି ।
ସେହିପରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଡା ଅପୂର୍ବ ଚନ୍ଦ୍ରା କହିଛନ୍ତି କି, ଆମେ ଦେଶରେ ଏଆଇର ବହୁ ଉପଯୋଗ କରିପାରିବୁ । ସେ ଆହୁରି କହିଛନ୍ତି କି, ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟ ଆବଣ୍ଟନ ବଢିବାର ବହୁ ସମ୍ଭାବନା ରହିଛି । ଆମକୁ ଆଶା କି, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଓ ଏମ୍ସ ହସ୍ପିଟାଲ ପାଇଁ ରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ ର୍ପ୍ୟାପ୍ତ ବଜେଟ ରଖା ଯାଇଛି ।