ଭୁବନେଶ୍ୱର: ଅଗଷ୍ଟ ୧ ରୁ ସାରା ରାଜ୍ୟରେ ଅଖ ଚକ ବନ୍ଦ । ଡ୍ରାଇଭର ମହାସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ । କଲ୍ୟାଣ ବୋର୍ଡ ଗଠନ ସହ ଦାବୀ ପୁରଣ ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରୁନଥିବା ହେତୁ ଚରମ ନିଷ୍ପତ୍ତି । ସରକାର ବାରମ୍ବାର ତାରିଖ ବଦଳାଉଥିବାରୁ ଅସନ୍ତୋଷ ବୃଦ୍ଧି । ଆସନ୍ତା କାଲି ଠାରୁ ୩୦ ଜୁଲାଇ ଯାଏ ଭୁବନେଶ୍ଵର ଲୋୟର ପିଏମଜି ରେ ଧାରଣା ଦେବ ସଂଘ । ସମୟ ଭିତରେ ସରକାର ଦାବୀ ଉପରେ ବିଚାର ନକଲେ ଅଗଷ୍ଟ ୧ ରୁ ଗଡିବନି ଗାଡି । ସାରା ରାଜ୍ୟର ଲକ୍ଷ ଲକ୍ଷ ଡ୍ରାଇଭର ହେବେ ସାମିଲ । ଡ୍ରାଇଭର ଏକତା ମହମଞ୍ଚ ତରଫରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ।