ଗଛ ଉପରେ ଚଢି କାଟୁଥିଲେ ଗଛ। ହେଲେ ଲଦି ହୋଇଗଲା ଆଉ ଏକ ଗଛ। ଗଛ ସନ୍ଧିରେ ଚାପି ହୋଇ ୨୦ ଫୁଟ ଉପରେ ଏକ ଘଣ୍ଟା ଧରି ଝୁଲିରହିଲେ ଯୁବକ। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା କଟୁରିଆ ଗ୍ରାମରେ। ଶାଣଦେଇ ଗ୍ରାମର କୁଅଁର ହାଁସଦା କଟୁରିଆ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଥିବା ଗଛ କାଟିବା ପାଇଁ ଗଛ ଉପରକୁ ଉଠିଥିଲେ। ଗଛର ଡାଳ କାଟିବା ପରେ ହଠାତ ଉକ୍ତ ଗଛ ଉପରେ ଆଉଜି ହୋଇ ରହିଥିବା ଅନ୍ୟ ଏକ ଡାଳ କୁଅଁରଙ୍କ ଉପରେ ଗଛଟି ଚାପି ହୋଇ ରହିଥିଲା।
ପ୍ରାୟ ୨୦ ଫୁଟ ଉପରେ ସେ ଏହି ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖି ଦମକଳ ବିଭାଗକୁ ଖବର ଦେଇଥିଲେ। କପ୍ତିପଦା ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କୁଅଁରଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କପ୍ତିପଦା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।