ଆଜି ଶ୍ରୀମନ୍ଦିରରେ ହେବ ବନକଲାଗି , ସର୍ବସାଧାରଣ ଦର୍ଶନ ବନ୍ଦ

0

ପୁରୀ : ଆଜି ଶ୍ରମନ୍ଦିରରେ ହେବ ବନକଲାଗି । ବହୁ ବାଦ ବିବାଦ ପରେ ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ । ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ବନକଲାଗି ନୀତି ଅନୁଷ୍ଠିତ ହେବ । ନୀତି ସମୟରେ ସର୍ବସାଧାରଣ ନିମନ୍ତେ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୭ଟାରୁ ରାତି ୧୧ଟା ଯାଏଁ ମନ୍ଦିର ବନ୍ଦ ରହିବ ।ମହାପ୍ରଭୁଙ୍କ ଏହା ଗୁପ୍ତ ନୀତି ହୋଇଥିବାରୁ ଭକ୍ତ ମାନେ ଦର୍ଶନରୁ ବଞ୍ଚିତ ରହିବେ। ପ୍ରାକୃତିକ ଦ୍ରବ୍ୟରେ ଶ୍ରୀ ଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ। ଶଙ୍ଖ, କସ୍ତୁରୀ, ହିଙ୍ଗୁଳ, ହରିତାଳ ଭଳି ବିଭିନ୍ନ ପ୍ରାକୃତିକ ଦ୍ରବ୍ୟରେ ମହାପ୍ରଭୁ ଙ୍କ ଶ୍ରୀ ମୁଖ ଶୃଙ୍ଗାର କରାଯିବ।