ନୂଆଦିଲ୍ଲୀ: ଏଥର ଭାରତରେ ବ୍ୟବସାୟ ପଡିବ ମହଙ୍ଗା । ଭାରତରେ ବ୍ୟବସାୟ କରୁଥିବା ବିଦେଶୀ ଅନଲାଇନ ଟେକନଲୋଜୀ କମ୍ପାନି ଗୁଗୁଲ , ଫେସବୁକ ଏକ୍ସ ଭଳି ବିଭିନ୍ନ କମ୍ପାନି ଉପରେ ଲାଗୁ ହେବ ଟିକସ । ଏହି ସବୁ କମ୍ପାନିଙ୍କ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବବୋଲି କହିଛନ୍ତି ସରକାର । ଆଜି ପର୍ଯ୍ୟନ୍ତ ଏହି ସବୁ କମ୍ପାନି ଗୁଡିକୁ ଟିକସ ଫ୍ରି କରାଯାଉଥିଲା । ତେବେ ଅକ୍ଟୋବରରୁ ଏହି କମ୍ପାନୀ ଗୁଡିକୁ ଦିଆଯାଇଥିବା ରିହାତିକୁ ଶେଷ କରିବାକୁ ପ୍ରସ୍ତାବ ଦିଆଯାଇଛି । କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବିଦେଶୀ ଅନଲାଇନ୍ ସୂଚନା ଏବଂ ଡାଟାବେସ୍ ଆକସେସ୍ ରିଟ୍ରାଇଭାଲ ସେବା (ଓଆଇଡିଏଆର) ପ୍ରଦାନ କରୁଥିବା ଏହି କମ୍ପାନୀଗୁଡ଼ିକ ଆଉ ଜିଏସଟି ପରିସରରୁ ବାହାରେ ରଖାଯିବ ନାହିଁ।