ଲଣ୍ଡନ : ଟାଟା ଗ୍ରୁପ୍ ଇଂଲଣ୍ଡର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏକ ବିଶାଳ ଇଲେକ୍ଟ୍ରିକ୍ ଯାନ ବ୍ୟାଟେରି କାରଖାନା ସ୍ଥାପନ କରିବାକୁ ଯୋଜନା କରୁଛି। କଂପାନି ସେଥିରେ ୫୨୦ ନିୟୁତ ଡଲାର ନିବେଶ କରିବ ଯାହା ମାଧ୍ୟମରେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଉଭୟ କଂପାନି ଓ ବ୍ରିଟେନ୍ ସରକାର କହିଛନ୍ତି।
ବ୍ରିଟେନରେ ଆମ ପୁଞ୍ଜିନିବେଶ ଦେଶରେ ଅତ୍ୟାଧୁନିକ ଜ୍ଞାନକୌଶଳ ଆଣିବ ବୋଲି ଟାଟା ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ କହିଛନ୍ତି। ଭାରତ ବାହାରେ ଟାଟା ଗ୍ରୁପର ପ୍ରଥମ ଗିଗାଫ୍ୟାକ୍ଟ୍ରି ଯାହାକୁ ସୋମରସେଟରେ ନିର୍ମାଣ କରାଯିବ। ୨୦୨୬ରେ ଏହି କାରଖାନାରେ ଉତ୍ପାଦନ ଆରମ୍ଭ ହେବା। ଏହି କାରଖାନା ବସିଲେ ୪ ହଜାର ନିଯୁକ୍ତି ସୃଷ୍ଟି ହେବ। ଏହି ନିବେଶ ବ୍ରିଟେନର ବ୍ୟାଟେରୀ ଉତ୍ପାଦନ କ୍ଷମତାକୁ ବଢ଼ାଇବ ଯାହା ଇଲେକ୍ଟ୍ରିକ୍ ଯାନ ଶିଳ୍ପକୁ ସୁଦୃଢ଼ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ୨୦୩୦ରୁ ଅଧିକ ପ୍ରଦୂଷଣକାରୀ ଡିଜେଲ ଏବଂ ପେଟ୍ରୋଲ କାର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ବ୍ରିଟେନ ଯୋଜନା ରଖିଛି। ଏହାର ପ୍ରଭାବରେ ଇଲେକ୍ଟ୍ରିକ୍ ଯାନରେ ଉତ୍ପାଦନ ବୃଦ୍ଧି ପାଇବ। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ୨୦୫୦ ସୁଦ୍ଧା ନିଟ୍ ଜିରୋ କାର୍ବନ ନିର୍ଗମନ ହାସଲ କରିବା ପାଇଁ ଏହି ଲକ୍ଷ୍ୟ ଏହାର ଦୀର୍ଘଦିନର ଲକ୍ଷ୍ୟର ଏକ ଅଂଶ ।