ରାଜ୍ୟ ଗରିବ କିନ୍ତୁ ରାଜ୍ୟର ବିଧାୟକ ସବୁ ଧନୀ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ରାଜ୍ୟ ଗରିବ କିନ୍ତୁ ରାଜ୍ୟର ବିଧାୟକ ସବୁ ଧନୀ । ଏବେ ସାରା ଦେଶର ନଜର ବିହାର ନିର୍ବାଚନ ଉପରେ ରହିଛି । ଚଳିତ ବର୍ଷ ଶେଷ ସୁଦ୍ଧା ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଗତ ନିର୍ବାଚନରେ ନୀତିଶ କୁମାର ଓ ବିଜେପି ମିଳିତ ଭାବେ ତେଜସ୍ୱୀଙ୍କ ନେତୃତ୍ୱରେ ମହାମେଣ୍ଟ ଠାରୁ ଅଳ୍ପ କିଛି ବ୍ୟବଧାନରେ ବିଜୟୀ ହୋଇଥିଲେ । ଏଥର ୨୦୨୫ ବିଧାନସଭା ନିର୍ବାଚନରେ ଜନତା କାହାକୁ ବିଶ୍ୱାସ କରିବେ , ତାହା ନିର୍ବାଚନ ସରିଲା ପରେ ଜଣାପଡିବ । ତେବେ ପ୍ରାର୍ଥୀ ପତ୍ର ଦାଖଲ ପରେ ନିଜର ସମ୍ପତ୍ତି ତାଲିକା ମଧ୍ୟ ଦିଆଯାଏ । ସେପଟେ ୨୦୨୦ ବିହାର ନିର୍ବାଚନ ରେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ । କାରଣ ଗରିବ ରାଜ୍ୟରେ ଯେ ଧନୀ ବିଧାୟକ ଅଛନ୍ତି, ତାହାକୁ ଶୁଣିଲେ ଯିଏ ବା ନାହିଁ ଚକିତ ହୋଇ ପଡିବ । ଅନ୍ୟପକ୍ଷରେ ବିହାର ବିଧାନସଭା ନିର୍ବାଚନରେ ୩୭୩୩ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ଏମାନଙ୍କ ମଧ୍ୟରୁ ୧୯୪ ଜଣ ଅର୍ଥାତ ୮୧ % ବିଧାୟକ କୋଟିପତି ।