ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ପୌରପରିଷଦର ଠିକ ୨୦ମିଟର ଦୂରରେ ଥିବା ୧୦ ନଂ ୱାର୍ଡ଼ ରେଗିଡ଼ି ସାହିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଗତ କିଛି ଦିନ ହେବ ଭଗ୍ନ ଅବସ୍ଥାରେ ପଡ଼ିରହିଥିଲା ।ଯାହା ଫଳରେ ପୂର୍ବରୁ ଛୋଟଛୋଟ ଦୁର୍ଘଟଣା ସେହି ସ୍ଥାନରେ ଘଟୁଥିବା ସହ ଲୋକଙ୍କ ଯିବା ଆସିବା କରିବାରେ ଅସୁବିଧା ସୃଷ୍ଟି ହେଉଥିଲା।ଏହି ରାସ୍ତା ପାଇଁ ମୋହନ ସାହୁ କଲୋନୀ, ନୂଆଗଡ଼, ନବୀନ ନିବାସ, ସୋମପୁର,ଲୋକନାଥ ମାର୍ଗ ର ଲୋକେ ନିର୍ଭର କରନ୍ତି ।
ରେଗିଡି ସାହିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଥିବାରୁ ଛାତ୍ର ଛାତ୍ରୀ ମାନେ ଏହି ରାସ୍ତାରେ ଯିବା ଆସିବା କରନ୍ତି। ସ୍ଥାନୀୟ ପ୍ରଶାସନ ଉପରେ ଦୋଷ ନ ଲଦି ପରବର୍ତ୍ତୀ ସମୟରେ ନିଜେ ରେଗିଡ଼ି ଯୁବ ଗୋଷ୍ଠୀ ନିଜସ୍ୱ ଭିତରେ ଚାନ୍ଦା ଆଦାୟ କରି ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଥିଲେ ।ତେବେ ଯୁବଗୋଷ୍ଠୀଙ୍କ ଏହିଭଳି ମହାନ ଉଦ୍ୟମକୁ ସହରରେ ସବୁଠି ପ୍ରଶଂସାର ଛୁଅ ଛୁଟୁଛି ।