ବୋରଓ୍ବେଲରୁ ଉଦ୍ଧାର ପାଇଁ ୧୨ ଘଣ୍ଟା ଧରି ଚାଲିଛି ରେସ୍କ୍ୟୁ ଅପରେସନ

ଭୋପାଳ : ପୁଣି ବୋରଓ୍ବେଲରେ ଫଶିଛି ଜୀବନ |ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭୀରେ ଏକ ବୋରଓ୍ବେଲ ଭିତରେ ୮ ବର୍ଷର ତନ୍ମୟ ଫସି ରହିଛି |୧୨ ଘଣ୍ଟା ଧରି ଚାଲିଛି ରେସ୍କ୍ୟୁ ଅପରେସନ । ବୋରୱେଲର ଗଭୀର ୪ ଶହ ଫୁଟ ହୋଇଥିବାବେଳେ ପିଲାଟି ୫୦ ଫୁଟରେ ଅଟକି ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ପ୍ରଶାସନ ପହଂଚି ଉଦ୍ଧାର କାମ ଜାରି ରଖିଛି । ଦୁଇଟି ଏସଡିଆରଏଫ ଟିମ ଏବଂ ଏନଡିଆରଏଫ୍ ଟିମ୍ ଉଦ୍ଧାର ଉଦ୍ୟମ ଚଳାଇଛନ୍ତି ।

ପିଲାଟିକୁ ପାଇପ ଯୋଗେ ବୋରୱେଲର ମୁହଁପଟୁ ଅକ୍ସିଜେନ ଯୋଗାଇ ଦିଆଯାଉଛି । ବୋରୱେଲର ସମାନ୍ତରାଳରେ ଗାତ ଖୋଲି କୁନି ପିଲା ପାଖରେ ପହଂଚିବାକୁ ଉଦ୍ୟମ କରାଯାଉଛି ।ବୋରୱେଲର ସମାନ୍ତରାଳରେ ଗାତ ଖୋଲି କୁନି ପିଲା ପାଖରେ ପହଂଚିବାକୁ ଉଦ୍ୟମ କରାଯାଉଛି ।ତେବେ ଗତକାଲି ପିଲାଟି ବାପାଙ୍କ ସହ କଥାବାର୍ତା କରୁଥିବା ବେଳେ ଆଜି କୌଣସି ପ୍ରତିକ୍ରିୟା ଦେଉ ନାହିଁ । ତେଣୁ ତନ୍ମୟ ଅଚେତ ହୋଇପଡିଥିବା ଅନୁମାନ କରାଯାଉଛି ।

ବୋରୱେଲ ଗାତରେ ତନ୍ମୟର ମୁଣ୍ଡ ତଳକୁ ରହିଥିବା ସୂଚନା ମିଳିିଛି । ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ବଡ ବଡ ପଥର ବାଧକ ସାଜିଥିବା ଜଣାପଡିଛି ।ତନ୍ମୟକୁ ସୁରକ୍ଷିତ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ଦ୍ଦେଶ ଜାରି କରିଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ରେସ୍କ୍ୟୁ ଅପରେସନ ଉପରେ ନଜର ରଖିଛି । ଜିଲ୍ଲାପାଳ, ଏସପି ଓ ଭୋପାଲ ଚିଫ୍ ମେଡିକାଲ ଅଫିସର ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଉଦ୍ଧାରକାରୀ ଟିମ୍ ତନ୍ମୟ ପାଖରେ ପହଞ୍ଚିବାକୁ ଚେଷ୍ଟା ଚଳାଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଘଟଣାସ୍ଥଳରେ ଭିଡ଼ ଜମାଇଛନ୍ତି । ତନ୍ମୟକୁ ଅକ୍ସିଜେନ ସିଲିଣ୍ଡର ଯୋଗେ ଅକ୍ସିଜେନ ପହଞ୍ଚା ଯାଉଥିବା ବେଳେ ତା’ର ପ୍ରତି ମୁଭମେଣ୍ଟ ଉପରେ ଉଦ୍ଧାରକାରୀ ଟିମ୍ ନଜର ରଖିଛି ।