ବ୍ରହ୍ମପୁର ରାଗିଂ ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ

ରାଗିଂ କରି କଲେଜରୁ ବହିଷ୍କୃତ ହେଲେ ଛାତ୍ରଛାତ୍ରୀ

ଗଞ୍ଜାମ / ରଜନୀକାନ୍ତ ପାତ୍ର: ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଭିଡ଼ିଓ ଭାଇରାଲ ଘଟଣାରେ ଉଚ୍ଚଶିକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଛି । ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସମେତ ଏକ ଟିମ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସମ୍ପର୍କରେ କିଛି ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିବା ସହିତ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ସହ ଏନେଇ ଅଧିକ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ଏଭଳି ଘଟଣାର ପୁନଃରାବୃତ୍ତି ନ ହୁଏ ସେ ନେଇ ଆଣ୍ଟି ରାଗିଂ ସେଲ୍ ସହ କଲେଜ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଛନ୍ତି ଆଞ୍ଚଳିକ ନିର୍ଦ୍ଦେଶକ । ସେପଟେ, ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ବାଧ୍ୟତାମୂଳକ ଭାବେ ଟିସି ପ୍ରଦାନ କରାଯାଇଛି । କିଏ ଭିଡ଼ିଓ ଉତ୍ତୋଳନ କରିଥିଲା ଏବଂ କିଏ ଭାଇରାଲ କରିଥିଲା ସେ ନେଇ ଭିଡ଼ିଓରେ ରହିଥିବା ନେଇ ସମସ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲକୁ ଜବତ କରାଯାଇଛି । ଏହା ସହିତ ଫରେନସିକ ଲ୍ୟାବକୁ ମୋବାଇଲ ଗୁଡିକୁ ପଠାଯାଇଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।