ପଞ୍ଚାୟତିରାଜ ଦିବସ ତାରିଖ ବଦଳିବା ପ୍ରସଙ୍ଗରେ ଉଠୁଛି ପଡୁଛି ରାଜ୍ୟସଭା

0

ବ୍ୟୁରୋ : ଚଳିତ ଥର ପଞ୍ଚାୟତିରାଜ ଦିବସ ତାରିଖ ବଦଳିଲା । ଏହି ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ଯେତିକି ସରଗରମ କରିଛି ରାଜ୍ୟସଭାର ମଧ୍ୟ ସେହି କଥା ଆଲୋଚନା ହୋଇଛି । ରାଜ୍ୟସଭା ଡେପୁଟି ଚେୟାରମ୍ୟାନଙ୍କ ପାଖରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ପ୍ରସ୍ତାବ ରଖିଲେ ।
ମାର୍ଚ୍ଚ ୫ ତାରିଖରେ ଓଡିଶାରେ ଛୁଟି ଘୋଷଣା ଓ ଜାତୀୟ ସ୍ତରରେ ଏହି ପାଞ୍ଚାୟତିରାଜ ଦିବସ ପାଳନକୁ, ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ବଦଳାଇ ଦେଲେ । ଏଭଳି ପରିବର୍ତ୍ତନ କରାଯାଇଥିବାକୁ ବିଜେଡି ସାଂସଦ ନିନ୍ଦା କରିଛନ୍ତି । ନୂଆ ସରକାରଙ୍କ ଘୋଷଣା ମୁତାବକ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ହେବ । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପଞ୍ଚାୟତିରାଜ ଦିବସ ପାଳନରେ ଅସଙ୍ଗତ ଦୂର କରିବାକୁ ପ୍ରୟାସ । ଅଲଗା ଅଲଗା ପାଳନ ହେବନି ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ । ଏପ୍ରିଲ ୨୪ରେ ମଧ୍ୟ ପାଳନ ହେବ ଲୋକସଭା ଦିବସ । ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାର୍ଚ୍ଚ ୫କୁ ବିଜୁ ପଟ୍ଟନାୟକ ଜୟନ୍ତୀ ଭାବେ ପାଳନ ହେବ । କିନ୍ତୁ ଏହି ଦିବସକୁ ସରକାରୀ ଛୁଟି ଭାବେ ପାଳନ କରାଯିବନାହିଁ ।